Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTCର ୩ୟ ସଂସ୍କରଣରେ ୧୯ଟି ମ୍ୟାଚ୍ ଖେଳିବ ଭାରତ, ଜାରି ହେଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଭାରତର ପରାଜୟ ସହ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଦ୍ଵିତୀୟ ସଂସ୍କରଣର ଅନ୍ତ ଘଟିଛି। ପାଟ୍ କମିନ୍ସଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ଭାରତକୁ ୨୦୯ ରନରେ ହରାଇ ଟ୍ରଫି ଜିତିବା ସହ ଇତିହାସ ରଚିଛି। ବିଶ୍ଵ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସମସ୍ତ ଆଇସିସି ଟ୍ରଫି ଜିତିଛି। ଅନ୍ୟପଟେ ଡବ୍ଲ୍ୟୁଟିସିର ତୃତୀୟ କାର‌୍ୟ୍ୟସୂଚୀ ଜାରି କରାଯାଇଛି। ଏଥିରେ ଭାରତ ମୋଟ୍ ୧୯ଟି ମ୍ୟାଚ୍ ଖେଳିବ।

ତୃତୀୟ ସଂସ୍କରଣରେ ଭାରତ ଓ୍ଵେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଅନ୍ୟପଟେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ଖେଳିବ। ଭାରତ ଡବ୍ଲ୍ୟୁଟିସିର ତୃତୀୟ ସଂସ୍କରଣରେ ବିଦେଶରେ ୧୦ଟି ଏବଂ ଘରୋଇ ମାଟିରେ ୯ଟି ଟେଷ୍ଟ ଖେଳିବ।

ଭାରତ ଜୁଲାଇରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ସିରିଜରୁ ତୃତୀୟ ସଂସ୍କରଣର ଆରମ୍ଭ କରିବ। ଏହା ପରେ ଭାରତ ଚଳିତ ବର୍ଷ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଏବଂ ଏଠାରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଭାରତ ଘରୋଇ ମାଟିରେ ୨୦୨୪ ଜାନୁଆରୀ-ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ ୨୦୨୪ ସେପ୍ଟେମ୍ବର-ଅକ୍ଟୋବରରେ ଘରୋଇ ମାଟିରେ ବାଂଲାଦେଶ ସହ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।

୨୦୨୪ ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ। ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏହା ପରେ ବର୍ଷର ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ।
ଡବ୍ଲ୍ୟୁଟିସି ୨୦୨୩-୨୫ ପାଇଁ ଭାରତର କାର୍ଯ୍ୟସୂଚୀ

ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତ
ଓ୍ଵେଷ୍ଟଇଣ୍ଡିଜ ବନାମ ଭାରତ- ୨ ଟେଷ୍ଟ, ୨୦୨୩ ଜୁଲାଇ/ଅଗଷ୍ଟ

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ୨୦୨୩-୨୪
ଦକ୍ଷିଣ ଆଫ୍ରିକା ବନାମ ଭାରତ- ୨ ଟେଷ୍ଟ, ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁଆରୀ

ଇଂଲଣ୍ଡର ଭାରତ ଗସ୍ତ ୨୦୨୪

ଭାରତ ବନାମ ଇଂଲଣ୍ଡ- ୫ ଟେଷ୍ଟ, ୨୦୨୪ ଜାନୁଆରୀ/ଫେବୃଆରୀ

ବାଂଲାଦେଶର ଭାରତ ଗସ୍ତ
ଭାରତ ବନାମ ବାଂଲାଦେଶ- ୨ ଟେଷ୍ଟ, ୨୦୨୪ ସେପ୍ଟେମ୍ବର/ଅକ୍ଟୋବର

ନ୍ୟୁଜିଲାଣ୍ଡର ଭାରତ ଗସ୍ତ ୨୦୨୪
ଭାରତ ବନାମ ନ୍ୟୁଜିଲାଣ୍ଡ- ୩ ଟେଷ୍ଟ, ୨୦୨୪ ଅକ୍ଟୋବର/ନଭେମ୍ବର

ଭାରତର ଅଷ୍ଟ୍ରେଲିଆ ଗସ୍ତ ୨୦୨୪-୨୫, ବର୍ଡର-ଗାଭାସ୍କର ଟ୍ରଫି
ଅଷ୍ଟ୍ରେଲିଆ ବନାମ ଭାରତ- ୫ ଟେଷ୍ଟ, ୨୦୨୪ ନଭେମ୍ବରରୁ ୨୦୨୫ ଜାନୁଆରୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ