Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ୍ ଜିତିବା ବିଶ୍ଵକପ୍ ଜିତିବାଠୁ ମଧ୍ୟ ମୁସ୍କିଲ: ଗାଙ୍ଗୁଲି

ନୂଆଦିଲ୍ଲୀ: ସମସ୍ତ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଭାବେ ବିରାଟ କୋହଲିଙ୍କ ସ୍ଥାନ ନେବା ପାଇଁ ରୋହିତ ଶର୍ମା ସବୁଠୁ ଭଲ ବିକଳ୍ପ ଥିଲେ। ଏହା କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ରହିଥିବା ସୌରଭ ଗାଙ୍ଗୁଲି। ଲଣ୍ଡନର ଦ ଓଭାଲରେ ଡବ୍ଲ୍ୟଟିସି ଫାଇନାଲରେ ଅଷ୍ଟ୍ରେଲିଆ ହାତରୁ ଭାରତର ପରାଜୟ ପରେ ରୋହିତ ଶର୍ମାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି, ଆଇପିଏଲ୍ ଜିତିବା ବିଶ୍ଵକପ୍ ଜିତିବାଠୁ ମଧ୍ୟ କଠିନ।
ଭାରତୀୟ ଦଳର ଆଇସିସି ଟ୍ରଫି ଜିତିବାର ସ୍ଵପ୍ନ ୧୦ ବର୍ଷ ପରେ ମଧ୍ୟ ଅଧୁରା ରହିଛି। ଭାରତକୁ ଡବ୍ଲ୍ୟୁଟିସି ଫାଇନାଲରେ ୨୦୯

ରନର ଶୋଚନୀୟ ପରାଜୟ ଭୋଗିବାକୁ ପଡ଼ିଛି। ଏହା ପରେ ମଧ୍ୟ ଗାଙ୍ଗୁଲିଙ୍କ ମତରେ ରୋହିତ ଏବେ ମଧ୍ୟ ଉଚ୍ଚତମ ସ୍ତରରେ ଭାରତର ନେତୃତ୍ଵ ନେବାରେ ସବୁଠୁ ଭଲ ବିକଳ୍ପ। ୫ ଆଇପିଏଲ୍ ଟାଇଟଲ୍ ଜିତିବା କାରଣରୁ ରୋହିତଙ୍କ ନିକଟରେ ଏବେ ମଧ୍ୟ ସଫଳ ଅଧିନାୟକ ହେବାର ସମସ୍ତ ଗୁଣ ରହିଛି।

ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲି ଯିବା ପରେ ଚୟନକର୍ତ୍ତାଙ୍କୁ ଜଣେ ଅଧିନାୟକଙ୍କ ଆବଶ୍ୟକତା ଥିଲା ଏବଂ ରୋହିତ ଶର୍ମା ସେ ସମୟରେ ସର୍ବଶ୍ରେଷ୍ଠ ବିକଳ୍ପ ଥିଲେ। ସେ ୫ ଆଇପିଏଲ୍ ଟ୍ରଫି ଜିତିଥିଲେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିଲେ। ସେ ଦଳକୁ ଏସିଆ କପ୍ ଜିତାଇଥିଲେ। ଭାରତ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ଖେଳିଲା, ମାତ୍ର ଦଳ ପରାସ୍ତ ହୋଇଛି। ୨ ବର୍ଷ ପୂର୍ବେ ମଧ୍ୟ ଆମେ ଡବ୍ଲ୍ୟୁଟିସି ଫାଇନାଲ୍ ହାରିଥିଲୁ। ଆମ ଟି-୨୦ ବିଶ୍ଵକପର ସେମି ଫାଇନାଲରେ ପହଞ୍ଚିଥିଲୁ। ଏଥିପାଇଁ ଚୟନକର୍ତ୍ତା ସେହି ବ୍ୟକ୍ତିଙ୍କୁ ଚୟନ କରିଛନ୍ତି, ଯିଏ ଏହି କାମ ପାଇଁ ସବୁଠୁ ଭଲ ବିକଳ୍ପ।

ଗାଙ୍ଗୁଲି କହିଛନ୍ତି, ବିଶ୍ଵକପର ସେମି ଫାଇନାଲ୍ ପହଞ୍ଚିବା ପାଇଁ ଦଳଗୁଡିକୁ ୪-୫ ମ୍ୟାଚ ଆବଶ୍ୟକ ପଡ଼ିଥାଏ, ମାତ୍ର ଆଇପିଏଲ୍ ଜିତିବା ପାଇଁ ଦଳଗୁଡ଼ିକୁ ୧୭ ମ୍ୟାଚ୍ ଖେଳିବାକୁ ପଡ଼ିଥାଏ। ମୋତେ ରୋହିତଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ସେ ଏବଂ ଏମଏସ ଧୋନୀ ୫ ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଆଇପିଏଲ୍ ଜିତିବା ସେତେଟା ସହଜ ନୁହେଁ କାରଣ ଏହା ଏକ କଠିନ ଟୁର୍ଣ୍ଣାମେଣ୍ଟ। ଆଇପିଏଲ୍ ଜିତିବା ବିଶ୍ଵକପ୍ ଜିତିବାଠୁ ମଧ୍ୟ ମୁସ୍କିଲ ବୋଲି ଗାଙ୍ଗୁଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ