Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ନମ୍ବର ୧ ହେଲେ ଜୋକୋଭିକ୍, ନାଡାଲଙ୍କୁ ଲାଗିଲା କ୍ୟାରିୟରର ସବୁଠୁ ବଡ଼ ଝଟକା

ଚେନ୍ନାଇ: ସର୍ବିଆର ମହାନ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଫ୍ରେଞ୍ଚ ଓପନରେ ରେକର୍ଡ ୨୩ମ ଗ୍ରାଣ୍ଡସ୍ଲାମ ଜିତିବା ପରେ କାର୍ଲୋସ ଅଲଫରାଜଙ୍କଠୁ ବିଶ୍ଵର ଏକ ନମ୍ବର ମାନ୍ୟତା ଛଡ଼ାଇ ନେଇଛନ୍ତି। ଅନ୍ୟପଟେ ସ୍ପେନର ଦିଗଜ ରାଫେଲ ନାଡାଲ ୨୦ ବର୍ଷରେ ପ୍ରଥମ ଥର ଶୀର୍ଷ ୧୦୦ରୁ ବାଦ୍ ପଡିଛନ୍ତି। ଜୋକୋଭିକ୍ ପୂର୍ବରୁ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ଅଷ୍ଟ୍ରେଲିଆନ ଓପନର ଗୋଟିଏ ସିଜିନ ନ ଖେଳିବାରୁ ତାଙ୍କ ରାଙ୍କିଙ୍ଗରେ ଅବନ୍ନତି ଘଟିଥିଲା।

୩୬ ବର୍ଷୀୟ ଜୋକୋଭିକ୍ ଗତ ରବିବାର ପ୍ୟାରିସରେ ଫ୍ରେଞ୍ଚ ଓପନ ଜିତିବା ପରେ ମାନ୍ୟତାରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ସ୍ପେନର ଅଲଫରାଜଙ୍କୁ ହରାଇଥିଲେ। ଅଲଫରାଜ ଦ୍ଵିତୀୟ ସ୍ଥାନକୁ ଖସି ଥିବା ବେଳେ ଡାନିଏଲ ମେଦଭେଦେଭ ତୃତୀୟ ସ୍ଥାନକୁ ଖସିଛନ୍ତି। ରୋଲାଣ୍ଡ ଗ୍ୟାରୋର ଉପ ବିଜେତା କାସ୍ପର ରୁଡ ଚତୁର୍ଥ ସ୍ଥାନରେ ଅଛନ୍ତି।

୧୪ ଥରର ଫ୍ରେଞ୍ଚ ଓପନର ବିଜେତା ରାଫେଲ ନାଡାଲ ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଅଷ୍ଟ୍ରେଲିଆନ ଓପନ ସମୟରେ ଆହତ ହୋଇଥିଲେ। ୩୭ ବର୍ଷୀୟ ଏହି ଖେଳାଳି ଲଗାତାର ଟେନିସରେ ଅନୁପସ୍ଥିତି ରହିବା କାରଣରୁ ମାନ୍ୟତାରେ ୧୫ତମ ସ୍ଥାନରୁ ଖସି ୧୩୬ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କର ସର୍ଜରୀ ହୋଇଥିଲା। ସେ ୫ ମାସ ଖେଳରୁ ଦୂରରେ ରହିବାର ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ