Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବାବା ବଳିଆଙ୍କୁ ସମ୍ବର୍ଧନା; ଜଗନ୍ନାଥ ମନ୍ଦିର ବୁଲି ଖୁସିବ୍ୟକ୍ତ କଲେ

ଲକ୍ଷ୍ମୀପୁର:  ଲକ୍ଷ୍ମୀପୁର ଜଗନ୍ନାଥ ପରିଷଦ ସଦସ୍ୟ ଓ ଗ୍ରାମବାସି ଙ୍କ ତରଫରୁ ବାବା ବଳିଆଙ୍କୁ ସ୍ବାଗତ କରାଯିବା ସହ ସମ୍ବର୍ଧନା ପ୍ରଦାନ କରାଯାଇଛି।ଗତ ସପ୍ତାହରେ ପ୍ରତିଷ୍ଟା ହୋଇଥିବା ଶ୍ରୀ ଜଗନ୍ନାଥ ଙ୍କ ନୂତନ ମନ୍ଦିର ପ୍ରତିଷ୍ଟା ଉସ୍ଚବ ସକାଶେ ପ୍ରବଚନ ଦେବା ସକାଶେ ବାବାବଳିଆ ଙ୍କୁ ଆମନ୍ତ୍ରଣ କରାଯାଇଥିଲା,କିନ୍ତୁ ବ୍ୟସ୍ତତା ଭିତରେ ସେ ଆସି ପାରିନଥିବା କାରଣରୁ ଦୁଃଖ ପ୍ରକାଶ କରିବା ସହ ଆଜି ନୂତନ ଜଗନ୍ନାଥ ମନ୍ଦିର ବୁଲି ଦେଖିଥିଲେ।ଉପସ୍ତିତ ଥିବା ଜଗନ୍ନାଥ ଭକ୍ତ ଙ୍କ ସକାଶେ ପ୍ରାୟ ଅଧଘଣ୍ଟା ରହି ଜଗନ୍ନାଥ ଙ୍କ ବାଣି ଉପରେ ସୌମ୍ୟକ ସୂଚନା ପ୍ରଦାନ କରିଥିଲେ।ଜଗନ୍ନାଥ ମନ୍ଦିର ପରିଷଦ ସଭାପତି ଦିନବନ୍ଧୁ ସାହୁ,ସମ୍ପାଦକ ଅଭିମନ୍ୟୁ ସାହୁ ପ୍ରମୁଖ ବାବା ବଳିଆ ଙ୍କୁ ଉତ୍ତରିଅ ପ୍ରଦାନ କରି ସମ୍ମାନିତ କରିଥିଲେ।ଜଗନ୍ନାଥ ମନ୍ଦିର ଅତି ସୁନ୍ଦର ରହିଥିବା ସହ ଗ୍ରାମବାସିଙ୍କ ସହଯୋଗରେ ଗଢିତୋଳି ଉଠିଥିବାରୁ ପରିଚାଳନା କମିଟି କୁ ଧନ୍ୟବାଦ ଦେଇଥିଲେ ବାବା ବଳିଆଲକ୍ଷ୍ମୀପୁର ରେ ବାବା ବଳିଆଙ୍କୁ ସମ୍ବର୍ଧନା ..ଏହି ଅବସର ରେ ଡ.ଦେବେଶ ବେହେରା ମନୋଜ ସାହୁ,ଭି ନାଗାରାଜୁ,ଭୂପତି ସାହୁ,ରାଧେଶ୍ୟାମ ଜାନି ଇନ୍ଦ୍ର ଜିତ ସାହୁ ,ସଚିନ୍ଦ୍ର ସାହୁଙ୍କ ସମେତ ମନ୍ଦିର ପୁରୋହିତ ଓ ମହିଳା ମାନେ ଉପସ୍ତିତ ରହି ଗିନି ମୃଦଙ୍ଗ ରେ ବାବାଙ୍କୁ ବନ୍ଦାପନା କରି ସ୍ବାଗତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ