Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ; ୧୭ରେ ଆସିଥାନ୍ତେ ଢେଙ୍କାନାଳ

ଭୁବନେଶ୍ୱର: ଜୁନ୍‌ ୧୭ରେ ଓଡ଼ିଶା ଆସିବେନି ଅମିତ ଶାହ। ଦ୍ୱିତୀୟ ଥର ପାଇଁ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ। ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ ୧୭ରେ ଓଡ଼ିଶା ଆସିଥାନ୍ତେ ଗୃଡମନ୍ତ୍ରୀ ଅମିତ ଶାହ। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଥିବା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଥାନ୍ତେ ଶାହ।

ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ବାତ୍ୟା ବିପର୍ଯ୍ୟୟର ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି।

ବାତ୍ୟା ନେଇ ଗୁଜରାଟର ପରିସ୍ଥିତିକୁ ନିରନ୍ତର ସମୀକ୍ଷା କରାଯାଉଛି। କ୍ଷୟକ୍ଷତି ଆକଳନ ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଗୃହମନ୍ତ୍ରୀ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଶାହଙ୍କ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି। ବାତ୍ୟା ‘ବିପର୍ଯ୍ୟୟ’ ପରେ ପୁଣି ଥରେ ଶାହଙ୍କ ଓଡ଼ିଶା ଗସ୍ତ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ