Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ; ଜୀବନ ରକ୍ଷା ପାଇଁ ତିନି ମହଲାରୁ ଡେଇଁଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗରର ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ଉତ୍ତେଜନା ଦେଖାଦେଇଛି। ନିଆଁ ଲାଗିଯିବା ଭୟରେ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରଛାତ୍ରୀମାନେ ଛାତରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ଏହା ସହିତ ନିଆଁକୁ ଆୟତ୍ତ କରିବା ପାଇଁ ୧୧ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦୃଶ୍ୟମାନ ହେଉଛି ଯେ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ କିପରି ତୃତୀୟ ମହଲାରୁ ଡେଇଁ ନିଜ ଜୀବନ ରକ୍ଷା କରୁଛନ୍ତି। ଏଥି ସହ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ସମସ୍ତ ପିଲା ସୁରକ୍ଷିତ ଥିବା କହିଛନ୍ତି।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। କୌଣସି ଛାତ୍ର ଗୁରୁତର ଆହତ ହୋଇନାହାଁନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଦମକଳ ଗାଡି ପହଞ୍ଚିବା ପୂର୍ବରୁ ମଧ୍ୟ କିଛି ଛାତ୍ର ତିି ମହଲାରୁ ଡେଇଁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ, ଯେଉଁଥିପାଇଁ କିଛି ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ନିଆଁ ଇଲେକ୍ଟ୍ରିକ୍ ମିଟରରୁ ନିଆଁ ଲାଗିଥିଲା। ଏହା ପରେ ଧୂଆଁ ସମଗ୍ର କୋଚିଂ ସେଣ୍ଟରରେ ବ୍ୟାପିଯାଇଥିଲା। ଯାହା ପରେ ସେଠାରେ ପଢୁଥିବା ପିଲାମାନେ ଭୟଭୀତ ହୋଇ ଝରକାରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ଏହି ପୂରା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରେ ଉତ୍ତେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ