Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପବିତ୍ର ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ରଜ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସାରା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ଓଡିଶାରେ ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଯେ ରଜ ପର୍ବ ଅବସରରେ ହାର୍ଦ୍ଦିକ ଶୁଭକାମନା। ଏହି ପବିତ୍ର ଅବସରରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି ଆଣିଦେଉ। ଆପଣଙ୍କ ଜୀବ ଆନନ୍ଦମୟ ହେଉ।

ରଜ ପର୍ବ ବେଶ୍ ଉତ୍ସାହର ସହିତ ପାଳନ କରାଯାଏ। ଆଜି ରଜ ପର୍ବର ଦ୍ବିତୀୟ ଦିନ ଅର୍ଥାତ ମିଥୁନ ସଙ୍କ୍ରାନ୍ତି। ତିନି ଦିନ ଭିତରୁ ଆଜି ହେଉଛି ପ୍ରମୁଖ ଦିନ। ଧରିତ୍ରୀ ମାକୁ ସମ୍ମାନ ଜଣାଇ ଏହି ପର୍ବ ପାଳନ କରାଯାଏ।

‘ରଜ’ ‘ରାଜସ୍ୱାଳା’ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ଋତୁସ୍ରାବ ମହିଳା। ପ୍ରତ୍ୟେକ ମହିଳାଙ୍କୁ ଭୁଦେବୀଙ୍କ ସହ ତୁଳନା କରାଯାଏ ଏବଂ ଏହି ପର୍ବରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ। କୁଆଁରୀ ଝିଅମାନଙ୍କୁ ୪ ଦିନ କାମ କରିବାକୁ ଦିଆଯାଏ ନାହିଁ। ସେମାନଙ୍କୁ ବିଶ୍ରାମ ନେବାକୁ ଦିଆଯାଏ। ପୃଥିବୀ ମାକୁ ସମ୍ମାନ ଜଣାଇ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ