Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁରେ ମୃତ୍ୟୁବରଣ କରିଥିବା ଦାଦନ ଶ୍ରମିକଙ୍କ ଶବ ଫେରିଲା

ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମର ଭାଗ୍ୟବନ୍ତ ତାଣ୍ଡି(୩୫) ପତ୍ନୀ ଓ ପୁଅକୁ ଧରି ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ।ଗତ ୧୨ତାରିଖ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଭାଗ୍ୟବନ୍ତଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିବା ପରେ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାମିଲନାଡୁ ଅର୍ଥମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଶବ ପଠାଇବାକୁ କହିଥିଲେ।ଏହି ଘଟଣାରେ ସୋନପୁର ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଥିଲେ।ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ଗୋଟିଏ ଆମ୍ବୁଲାନ୍ସ ଯୋଗେ କମସରାକୁ ଅଣାଯାଇଥିଲା।ବୁଧବାର ରାତ୍ରି ୯.୩୦ରେ ଭାଗ୍ୟବନ୍ତଙ୍କ ଶବ ତାଙ୍କର ବାସଭବନରେ ପହଞ୍ଚିଥିଲା।ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ସାନଭାଇ ରାଧାକାନ୍ତ ତାଣ୍ଡି ମୁଖାଗ୍ନି ପ୍ରଦାନ କରିଥିଲେ।ମୃତ ରାଧାକାନ୍ତଙ୍କ ଶବ ପହଞ୍ଚିବା ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କର ବାସଭବନକୁ ଯାଇ ପରିବାରବର୍ଗଙ୍କୁ ସ୍ୱାନ୍ତନା ପ୍ରଦାନ ସହ ୧୫ ହଜାର ଟଙ୍କା ସାହାଯ୍ୟ ଆକାରରେ ଦେଇଥିଲେ। ଏନଏଫଡିଏଫରୁ ୨୦ ହଜାର ଓ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ଏହା ବ୍ୟତୀତ ମୃତ୍ୟୁ ବରଣ କରିଥିବା ଭାଗ୍ୟବନ୍ତଙ୍କ ଝିଅ ଓ ପୁଅର ପାଠ ପଢାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା ୧୫ହଜାର ଟଙ୍କାର ସହାୟତା ଦେଇଥିଲେ।ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି।ମୃତ ଦାଦନ ଶ୍ରମିକ ଭାଗ୍ୟବନ୍ତ ଜଣେ କଳାକାର ଭାବେ ଅଞ୍ଚଳରେ ପରିଚିତ ଥିଲେ।ସେ ଭଲ କେସିଓ ବଜାଇବା ସହ ଏକ ବ୍ୟାଣ୍ଡ ପାର୍ଟି ଗଢ଼ିଥିଲେ।ହେଲେ ଏହା ଠିକ ଭାବେ ଚଳୁ ନଥିବାରୁ ଦାଦନ ଖଟିବାକୁ ଯାଇଥିଲେ ବୋଲି ଜଣା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ