Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ

ମା ସ୍ପୋର୍ଟିଂ ଏଫସି ଆନୁକୂଲ୍ୟରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମା ସ୍ପୋର୍ଟିଂ ଏଫସି ତରଭା ଓ ସମଲେଶ୍ବରୀ ଏଫସି ବଲାଙ୍ଗୀର ମଧ୍ୟରେ ତଥା ବଲାଙ୍ଗୀରର ଫ୍ରେଣ୍ଡସ ଏଣ୍ଡ ଫ୍ରେଣ୍ଡସ ଓ ଏନଏସ ସ୍ପୋର୍ଟିଂ ମଧ୍ୟରେ ଗୁରୁବାର ରାତ୍ରିରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ଏଥିରେ ବିଜୟୀ ଦୁଇଟି ଟିମ ମଧ୍ୟରେ ଫାଇନାଲ ମ୍ୟାଚ ହେବ।୧୩ ତାରିଖରୁ ଚାଲିଥିବା ଏହି ରାତ୍ରି କାଳୀନ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଫୁଟବଲ କ୍ଲବ ଯୋଗ ଦେଇଛନ୍ତି।ମଙ୍ଗଳବାର ୭ଟି ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ୬ଟି ମ୍ୟାଚ ସମ୍ପନ୍ନ ହୋଇଛି।ମା ସ୍ପୋର୍ଟିଂର ସହଦେଵ ନାଏକ ଓ ମୁଜିବ ଖାନ ନଡ଼ିଆ ବାଡେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।ବୁଧବାର ଦ୍ଵିତୀୟ ରଜନୀରେ ମଧୁସୂଦନ ପାଣ୍ଡେ ଓ ସୁରେନ ଦଳବେହେରା ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।ମଙ୍ଗଳବାର ଅନୁଷ୍ଠିତ କ୍ବାର୍ଟରରେ ମାଲିଶ୍ରୀଗିଡିକୁ ୨-୧ ଗୋଳରେ ପରାସ୍ତ କରି ତରଭା ଏଫସି ପ୍ରଥମେ ସେମିରେ ପ୍ରବେଶ କରିଥିଲା।ଦ୍ଵିତୀୟ କ୍ୱାର୍ଟରରେ ସମଲେଶ୍ବରୀ ଏଫସି ରିହାନ ଏଫସି କୁ ପେନାଲଟିରେ ପରାସ୍ତ କରି ସେମିକୁ ଉଠିଥିଲା।ଗୁରୁବାର ବଲାଙ୍ଗୀରର ବିଏମସି କୁ ପେନାଲଟିରେ ହରାଇ ଫ୍ରେଣ୍ଡସ ଏଣ୍ଡ ଫ୍ରେଣ୍ଡସ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳ ମଲ୍ଲିକମୁଣ୍ଡାକୁ ପେନାଲଟିରେ ହରାଇ ଏନଏସ ସ୍ପୋର୍ଟିଂ ସେମିରେ ପହଞ୍ଚିଛି।ଟୁର୍ଣ୍ଣାମେଣ୍ଟରେ ସଞ୍ଜୀବ ସାହୁ,ଅଶୋକ ନାଏକ, ମଣିକାନ୍ତ ପ୍ରଧାନ, ରାମ ନାଏକ ଓ ସୁଶାନ୍ତ ନାଏକ ରେଫରି ଦାୟିତ୍ୱ ତୁଲାଉଛନ୍ତି।ବାବୁଲା ପଣ୍ଡା ଓ ନୁଜାର ମହମ୍ମଦ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ବିଜୟ ନାଏକ, ସୁମନ ନାଏକ, ଅଜୟ ନାଏକ, ଚନ୍ଦନ ନାଏକ, ଇଶାକ ମହମ୍ମଦ, ନୌସାଦ ମହମ୍ମଦ, ତୁଷାର ବଗର୍ତ୍ତି ପ୍ରମୁଖ ସହଯୋଗ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ