Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇକଲରୁ ପଡି ନାବାଳକ ଆହାତ; ଖଟିଆରେ ବୋହି ଆହତଙ୍କୁ ପହଞ୍ଚାଇଲେ ଗ୍ରାମବାସୀ

ଲକ୍ଷ୍ମୀପୁର: ରାସ୍ତା ଅବସ୍ଥା ସୋଚନିୟ ହୋଇଥିବାରୁ ସାଇକଲରୁ ପଡି ଜଣେ ୧୨ ବର୍ଷର ନାବାଳକ ଆହାତ ହୋଇଛି।ନାବାଳକଟି ଘର ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ପାଟାମୁଣ୍ଡା ଗାଁ ର ସୋମନାଥ ଓ୍ଵାଡେକା ବୋଲି ଜଣା ପଡିଛି।ସୋମନାଥ ବୁଧବାର ଦିନ କେରମେଟି ଗାଁକୁ ସାଙ୍ଗ ସାଥି ମାନଙ୍କୁ ସାକ୍ଷାତ କରିବାକୁ ଜାଇ ରାତି ସାତଟାରେ ନିଜ ଗାଁକୁ ଫେରୁଥିଲା।ଉକ୍ତ ରାସ୍ତା ସାରା ଖାଲଖମା ହେଇଥିବାରୁ ଭାରସାମ୍ୟ ହରାଇ ସେପଡି ଜାଇଥିଲା।ଫଳରେ ତାର ବାମ ହାତର ଦୁଇଟି ସ୍ଥାନରେ ଭାଙ୍ଗି ପଡିବା ଦେଖି ଗ୍ରାମବାସି ଲକ୍ଷ୍ମୀପୁର ଡାକ୍ତରଖାନା ନେବାକୁ ବହୁତ ହଇରାଣ ହରକତର ସମୁଖିନ ହୋଇଥିଲେ।ମୁଖ୍ୟ ରାସ୍ତାରୁ କେରମେଟି ଗାଁ ଜାଏଁ ଲମ୍ବି ଥିବା ଦୁଇ କିଲୋମିଟର ରାସ୍ତା ଅତି ଶୋଚନିୟ ଅବସ୍ଥାରେ ରହିଛି।ଗ୍ରାମବାସି ଅନେକ ଥର ଅଭିଯୋଗ କରି କରି ଥକି ପଡିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଏଜାଏଁ ପଡିନଥିବା କହିଛନ୍ତି ଗ୍ରାମବାସି।

ବହୁବାର ଗ୍ରାମବାସି ବ୍ଲକ ପ୍ରଶାସନଠୁ ଆରମ୍ଭ କରି କୋରାପୁଟ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ପ୍ରତି କାହାର ଦୃଷ୍ଟି ପଡୁନି। ଦୁଇ କିଲୋମିଟର ରାସ୍ତା ଗ୍ରାମବାସିଙ୍କ ଜୀବନ ଜିବିକା ଉପରେ ବହୁତ ବଡ ପ୍ରଭାବ ପକାଇଛି।ଏଭଳି ଅନେକ ଲୋକ ରାସ୍ତାରେ ପଡି ଆହାତ ହେଲେଣି ହେଲେ ପ୍ରଶାସନ କିନ୍ତୁ ନିରବଦ୍ରଷ୍ଟା ସାଜିଛି ବୋଲି ଗ୍ରାମର ପାଲସୁ ନାଚିକା,ସାନମା ମିଣିଆକା,ମାଣ୍ଡା,ମିଣିଆକା,ଅଜ ମିଣିଆକା,ରାଜି ମିଣିଆକା,ଜଗା ମିଣିଆକା,ଗୁଣ୍ଡି ମିଣିଆକା,ଗଦା ମିଣିଆକା,ବୁଦା ମାଣ୍ଡିଙ୍ଗା,ବାସନା ମିଣିଆକା,ରାଜି ମେଲେକା,ଉଷା ମିଣିଆକା,ଦୁର୍ଯ୍ୟ ମିଣିଆକା ପ୍ରମୁଖ କହିଛନ୍ତି।ପିଲାଙ୍କ ପାଠ ପଢା,ପିଡିଏସ ଚାଉଳ,ଭତ୍ତା ଟଙ୍କା ଏଇଭଳି ଅନେକ କାର୍ଯ୍ୟରେ ଗଲେ ଉକ୍ତ ରାସ୍ତା ଉପର ଦେଇ ଜିବାକୁ ହୁଏ।ତେଣୁ କେରମେଟି ଗ୍ରାମର ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଏବେ ଦେଖିବାକୁ ବାକିରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ