ଅଘୋଷିତ ବିଦ୍ୟୁତ କାଟ୍‌; ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ


ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ତା ସାଙ୍ଗକୁ ଦାଉ ସାଝୁଛି ପାୱାର କଟ। ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଜନଅସନ୍ତୋଷ । ବିଜୁଳି କାଟକୁ ନେଇ ପ୍ରତିବାଦ କରୁଛନ୍ତି ଲୋକେ। ଏହି ପ୍ରସଙ୍ଗକୁ ଆଧାର କରି ସାରା ରାଜ୍ୟରେ ବିଦ୍ୟୁତକାଟର ପ୍ରତିବାଦ ଦେଖିବାକୁ ମିଳିଛି ।

ଅଘୋଷିତ ବିଦ୍ୟୁତକାଟକୁ ନେଇ ବିରୋଧୀ ତଥା ବିଜେପି ପକ୍ଷରୁ ପ୍ରତିବାଦ ରାଲି କରାଯାଇଛି । ବିଜେପି କର୍ମୀମାନେ ଶକ୍ତିମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେବା ସହ ଇସ୍ତଫା ଦାବି କରି କୁଶପୁତଳିକା ଦାହ କରିଛନ୍ତି ।