Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ଭଗା ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ସୁରକ୍ଷା ଯୋଜନା ଅଭିଯାନ

ଅତାବିରା – ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ୟୁକୋ ବ୍ୟାଙ୍କର ଆୟୋଜନରେ ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ସୁରକ୍ଷା ଯୋଜନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଗେଶ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଆଇ.ଇ.ଏସ.ଡି.ଏଫ୍.ଏସ ଡାଇରେକ୍ଟର ସୁଷମା କିଣ୍ଡୋ ମୂଖ୍ୟଅତିଥି, ଏସ ଏଲ ବି ସି ୟୁକୋବ୍ୟାଙ୍କ ଓଡ଼ିଶା ଲିଙ୍ଗରାଜ ନାୟକ,ଆଞ୍ଚଳିକ ମ୍ୟାନେଜର ସମ୍ବଲପୁର ରାଜେଶ କୁମାର ଓ ଗୋଡଭଗା ୟୁକିବ୍ୟାଙ୍କ ମ୍ୟାନେଜର ଗୁରୁଚରଣ ହରପାଳ ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୧୮ରୁ ୫୦ବର୍ଷ ମଧ୍ୟରେ ବର୍ଷକୁ ୪୩୬ଟଙ୍କା ପ୍ରିମିୟମ ଜମାକଲେ ୨ଲକ୍ଷ ଟଙ୍କାର ବୀମା ଏବଂ ୧୮ରୁ ୭୦ବର୍ଷ ମଧ୍ୟରେ ବର୍ଷକୁ ୨୦ଟଙ୍କାର ବୀମା ଜମାକାଲେ ଦୂର୍ଘତ ଜନିତ ମୃତ୍ୟୁରେ ୨ଲକ୍ଷ ଟଙ୍କାର ବୀମା ଓ ଅଟଳ ପେନସନ ଯୋଜନାରେ ୧୮ରୁ୪୦ ବୟସ ପର୍ଯ୍ୟନ୍ତ ପ୍ରିମିୟମ ଜମାକଲେ ପେନସନ ପାଇପାରିବେ ବୋଲି କୁହାଯାଇଥିଲା । ଏହା ଜୁନ ମାସରୁ ଆରମ୍ଭ ହୋଇ ମେ ମାସରେ ଶେଷ ହୋଇଥାଏ । ଆନନ୍ଦ ଦେବତା ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଗୁରୁଚରଣ ହରପାଳ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଲାହଣ୍ଡା,ଗୋଡଭଗା, ବୈଜାମୁଣ୍ଡା ଓ ଚକୁଳି ୟୁକୋବ୍ୟାଙ୍କ ପରିସର ମହିଳା ଗୋଷ୍ଠୀ ଯୋଗଦେଇଥିଲେ। ମାନସ ରଞ୍ଜନ ପ୍ରଧାନ,ପ୍ରଦୀପ ମେହେତୋ,ବ୍ରଜେଶ୍ବର ଅଧାରତୁଲିଆ,ଠାକୁର ପ୍ରସାଦ ପଣ୍ଡା,କରମ ପାଲ ସିଂ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ