Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସମ୍ପର୍କରେ ଆସି ଯୁବକଙ୍କ ମୃତ୍ୟୁ

ତରଭା ବ୍ଲକ କମସରା ଫାଣ୍ଡି ଅଧିନସ୍ଥ ଝାରବଡ଼ଯୋର ଗ୍ରାମର ବସନ୍ତ ରଣା (୩୪)ଙ୍କ ବିଦ୍ୟୁତ ସମ୍ପର୍କରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ଝାରବଡ଼ଯୋର ଗ୍ରାମର ସୁରେନ୍ଦ୍ର ରଣାଙ୍କ ପୁତ୍ର ବସନ୍ତ ରଣା (୩୪) ତାଙ୍କର ଜମିରେ ତେଲନଦୀରୂ ପାଣି ମଡାଇବା ପାଇଁ ଯାଇଥିଲେ। ଜମିରେ ପାଣି ମଡାଇବା ପାଇଁ ଲଗାଯାଇଥିବାବିଦ୍ୟୁତ ଚାଳିତ ପମ୍ପ ଚଳାଇବା ସମୟରେ କୌଣସି କାରଣରୁ ବିଦ୍ୟୁତ ସମ୍ପର୍କରେ ଆସି ତଳେ ପଡି ଯାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ତରଭା ଡାକ୍ତରଖାନାକୁ ଆଣିଥିଲେ ହେଲେ ଯାଞ୍ଚ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା କରୁଥିବା ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ