ଆଜି ଦିନ ୨ଟା ୩୦ ସୁଦ୍ଧା ୪୫ ଡିଗ୍ରୀ ଟପିଲା ସମ୍ବଲପୁର ତାପମାତ୍ରା


ଭୁବନେଶ୍ୱର: କଲବଲ କରୁଛି ଅସହ୍ୟ ତାତି। ଆହୁରି ଦିନ ଏପରି ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିପାରେ

ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁର ତାପମାତ୍ରା ୪୫.୪ ଡିଗ୍ରୀ ରହିଥିଲା। ସେହିପରି ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ହୀରାକୁଦରେ ୪୪.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଆଜି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ କେନ୍ଦୁଝର, ସୁନ୍ଦରଗଡ଼଼, ଝାରସୁଗୁଡ଼଼ା, ଦେବଗଡ଼, ଅନୁଗୁଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ଯାଜପୁର, କଳାହାଣ୍ଡି, ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।