Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ସୋନପୁର: ସୋନପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର ରବିବାର ତରଭା ବ୍ଲକ କାର୍ଯ୍ୟାଳୟ ଓ ଏନଏସି କାର୍ଯ୍ୟାଳୟକୁ ଆସି ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ ସେନେଇ ଆୟୋଜିତ ପ୍ରସ୍ତୁତିକୁ ନେଇ ବୈଠକରେ ସମୀକ୍ଷା କରିଥିଲେ।ପ୍ରସ୍ତୁତି ବୈଠକ ବ୍ଲକରେ ବିଡ଼ିଓ ଅନିଲ କୁଲୁ,ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ,ଏନଏସି ଅଧ୍ୟକ୍ଷା ବନ୍ଦିତା ନାୟକ, ଏବିଡିଓ ନିରଞ୍ଜନ ନାଏକ,ତରଭା ଥାନା ଆଇଆଇସି ଅନିତା କିଡୋ,ପିଏଚଡି କନିଷ୍ଠ ଯନ୍ତ୍ରୀ ଦୀପକ ମେହେର,ବିଦ୍ୟୁତ ବିଭାଗର ଯେଜେଇ କୁମୁଦ ବେହେରା,ବିଭିଏଏସ ଡ ଶ୍ୟାମସୁନ୍ଦର ପାଣ୍ଡେ, କାଉନସିଲର ଅକବର ଅଲ୍ଲୀ, ସନ୍ତୋଷ ମେହେର,ମେଡ଼ିକାଲ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ,ତଥା ଅନ୍ୟାନ୍ୟ ସମସ୍ତ ବିଭାଗର କର୍ମଚାରୀ ସମେତ ବ୍ଲକ ଓ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ।ବୈଠକରେ ଶ୍ରୀ କହଁର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବିଭିନ୍ନ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ତାର ସମୀକ୍ଷା କରିଥିଲେ।ବ୍ଲକ ଓ ଏନଏସିରେ ଥିବା ଆଶ୍ରୟସ୍ଥଳୀ ଗୁଡିକ ଠିକ ଅଛି ନା ନାହିଁ ତାର ତଦାରଖ କରିବା ସହ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ