Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର: ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା । ଏହି ପ୍ରକ୍ରିୟା ଜୁଲାଇ ୪ ତାରିଖ ଯାଏ ଜାରି ରହିବ। ଏହାପରେ ଜୁଲାଇ ୧୪ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୨୭ରେ ପ୍ରକାଶ ପାଇବ ଦ୍ବିତୀୟ ମେରିଟ ଲିଷ୍ଟ। ସେହିପରି ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩ରେ ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୨୧ରେ ବାହରିବ ଚତୁର୍ଥ ପର୍ଯ୍ୟାୟ ମେରିଟ ଲିଷ୍ଟ। ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାମ୍ସ ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଚଳିତବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍ ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ