Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ଦିନ ବ୍ୟାପି ଜିଲ୍ଲାସ୍ତରୀୟ ନାଟକ ମହୋତ୍ସବ ପାଳନ ନେଇ ସାମ୍ୱାଦିକ ସମ୍ମିଳନୀ

ଖଡ଼ିଆଳ : ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନାଟକ ପ୍ରତିଯୋଗିତା ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଆଜି ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ଅନୁଷ୍ଠାନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସୂଚନା ଦେଇଥିଲେ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ । ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସବୁ ନାଟକ ପରିବେଷଣ କରିବେ।

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆମର ଗାଁ ଓ ସହର ସେଦିନ ଅନ୍ଧାର ଥିଲା ନାଟକ ପ୍ରଦର୍ଶିତ କରାଯିବ। ବୋଡେ଼ନ ବ୍ଳକ ପଲସଦା ଆଶ୍ରମ ତରଫରୁ ବଏଠା ତୁଲା, ସ୍ୱରସଙ୍ଗମ କଲାପରିଷଦ ସିନାପାଲି ତରଫରୁ ଭିନ୍ନ ଏକ ଏକଲବ୍ୟ, ଖଡ଼ିଆଳ ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ କୋଶଳୀ ନାଟକ ରାମ ନାମ ସତ୍ୟ ହେ, କୋମନା ନାଟ୍ୟ ସଂସଦ ପକ୍ଷରୁ କେନ କରବା ଉଦ୍ଧାର , ମାଁ ଠାକୁରାଣୀ କ୍ଲବ ପକ୍ଷରୁ ମୁଦୁରିଆର ଦୁଃଖେ ଝି, ଖଡ଼ିଆଳ ପବ୍ଲିକ ସ୍କୁଲ ପକ୍ଷରୁ କୋଶଳୀ ନାଟକ ଉକିଆ ପ୍ରଭୁତି ମୋଟ ଆଠଟି ନାଟକ ପରିବେଷିତ ହେବ । ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଥିଲେ। ପ୍ରତ୍ୟେକ ଦିନ ସାଂସ୍କୃତିକ ସଭା ସହ ଖଡ଼ିଆଳ ଅଞ୍ଚଳରେ ନାଟକର କ୍ରମବିକାଶ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଓ ସମସ୍ତ କାର୍ଯ୍ୟକ୍ରମ ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନରେ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଶିକ୍ଷାବିତ ସତୀଶ ପଟ୍ଟନାୟକ, ବବୃବାହାନ ବର୍ମା, ସମ୍ପାଦକ ସୋମନାଥ ଜଗତ, ଧର୍ମବୀର ରାଉତ, ଗୋବିନ୍ଦ ପଣ୍ଡା, ପିଉଷ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ