Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗବନ୍ଧୁ ଦାଶ ସ୍ନାତକ ମହିଳା କଲେଜରେ ସମ୍ବର୍ଦ୍ଧନା ଉତ୍ସବ

ବରପାଲି :ବରପାଲି ବ୍ଳକ କଦଲିପାଲିର ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଷଷ୍ଠ ପର୍ଯ୍ୟାୟ ଛାତ୍ରୀ ମାନଙ୍କ ସଫଳତାକୁ ନେଇ ପରିଚିଳନା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ତରୀୟ ଷଷ୍ଠ ପର୍ଯ୍ୟାୟ ପରିକ୍ଷାରେ କଲେଜ ଛାତ୍ରୀ ମାନଙ୍କ ସଫଳତା ସବୁଠୁ ଅଗ୍ରଭାଗରେ ରହିଛି। ଚଳିତ ପରିକ୍ଷାରେ ୧୮ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ଅଚଂଳ ଓ ମହାବିଦ୍ଯାଳୟ ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଓଡ଼ିଆ ବିଭାଗ ଛାତ୍ରି ରାଖି ମେହେର ୯.୧୪ ମାର୍କ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ବେଳେ ହିନ୍ଦୀ ବିଭାଗରୁ ବର୍ଷା ମେହେର ୯.୩୨ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବିଭାଗରୁ କୌଶଲ୍ୟା ମେହେର ୮.୮୬ ନମ୍ବରରେ (ନବମ), ପୂର୍ଣ୍ଣିମା ବେହେରା ୮.୮୪(ଦଶମ),ହିନ୍ଦୀ ବିଭାଗରୁ ପୂଜା ଖମାରୀ ୯.୨୦ (ଦ୍ଵିତୀୟ), ମିତା ସାହୁ ୯.୦୯(ତୃତୀୟ), କଲ୍ୟାଣୀ ବୁଧିଆ ୮.୮୮(ଚତୁର୍ଥ), ପୂଜା ବିଶି ୮.୮୪ (ଷଷ୍ଠ), ସୋମ୍ୟାଶ୍ରୀ ଦେବତା ୮.୮୦(ସପ୍ତମ) ରାଜନୀତି ବିଜ୍ଞାନରେ ବର୍ଷା ରାଉତ୍ ୯.୦୮(ତୃତୀୟ), ଇଶା ରାଓ ୮.୮୪ (ପଞ୍ଚମ) ଇତିହାସ ବିଭାଗରେ ଶୁଭ୍ରାଶିଂ ଗଡତିୟା ୮.୮୦(ଷଷ୍ଠ),ବିନି ଛତର ୮.୬୬(ନବମ), ଶିକ୍ଷା ବିଭାଗରୁ ଅପର୍ଣ୍ଣା ଅଗ୍ରହାରୀ ୯.୨୪ (ଦ୍ଵିତୀୟ), ନମ୍ରତା ଗଡତିଆ ୯.୨୪ (ଦ୍ଵିତୀୟ),ଲିପିକା ସାହୁ ୯.୧୫(ଚତୁର୍ଥ), ନିକିତା ପଟେଲ ୯.୧୪(ପଞ୍ଚମ),ସୁମତି ବୁଧିଆ ୯.୦୧(ଅଷ୍ଟମ) ସ୍ଥାନ ପ୍ରାପ୍ତି କରିଥିଲେ।ଏହି ଅବସରରେ କମିଟି ପକ୍ଷରୁ ଆୟୋଜିତ ଉତ୍ସବ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସମର୍ଦ୍ଧନା ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା।
ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ଯତୀନ୍ଦ୍ର କୁମାର ସାହୁ ସ୍ବାଗତ ଜଣାଇବା ସହ କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବରପାଲି ତହସିଲଦାର ରୁଖ୍ବଣ କୁମାର ମେହେର ଉତ୍ସବକୁ ଉଦଘାଟନ କରିବା ସହ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ମାଧ୍ଯମରେ ଉଜ୍ବଳ ଭବିଷ୍ୟତ କାମନା କରି ଆଗକୁ ଶିକ୍ଷାକ୍ଷେତ୍ରରେ ଆହୁରି ଅଗ୍ରଗତି ନେବା ସହିତ ପ୍ରତିଷ୍ଠା ପ୍ରାପ୍ତି ପାଇଁ ପ୍ରବର୍ତ୍ତାଇଥିଲେ।

ସମ୍ମାନିତ ଅତିଥି ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସମର୍ଦ୍ଧନା ଜଣାଇଥିଲେ। ଏହି ପରିପେକ୍ଷିରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ନୀତିଶ ତାଣ୍ଡି,ନେପାଲ ବିଶ୍ଵାଲ,ଅଧ୍ୟାପିକା ନିଳୀମା ନାୟକ, ଅଙ୍କିତା ବାବୁ,ଜ୍ୟୋତି ସାହୁ,ମନ୍ଦାକିନୀ ମେହେର,ପିଙ୍କି ବାରିକ,ମୌସୁମୀ ରାଣୀ ମାଝୀ ସମେତ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ୍ ବରିହା, ତ୍ରିପୁରା ବେହେରା ପ୍ରମୁଖ ସାମିଲ ହୋଇ ପରିଚାଳନାରେ ସହାୟକ ସାଜିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ