Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନିପାଲିରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ଉପାଧ୍ୟକ୍ଷ

ସମ୍ବଲପୁର (ଝାଙ୍କରପାଲି): ଜାତୀୟ ଅନୂସୁଚିତ ଜାତି ଆୟୋଗର ଆଖି ଏବେ ସମ୍ବଲପୁର ଉପରେ। ଗତ ୨ ମାସ ମଧ୍ୟରେ ଆୟୋଗର ଦ୍ୱିତୀୟ ଗସ୍ତ ସମ୍ବଲପୁର ମାଟିରେ। ଆୟୋଗର ଉପାଧ୍ୟକ୍ଷ ଅରୁଣ ହାଲଦାର ଆଜି ଯୁଯୋମୁରା ବ୍ଲକ୍ ଝାଙ୍କରପାଲି ପଞ୍ଚାୟତର ଭବାନିପାଲି ଠାରେ ପହଞ୍ଚିଥିଲେ । ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ହନୁମାନ୍ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ଘଟିଯାଇଥିବା ଅଭାବନୀୟ ଘଟଣାରେ ଆହତ ଦଳିତ ଯୁବକ ବିଶ୍ୱନାଥ ସିକାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ସହିତ ଘଟଣାର ବିଷୟବସ୍ତୁ ଉପରେ ପଚାରି ବୁଝିଥିଲେ। ସଦର ଉପଜିଲ୍ଲାପାଳ ପ୍ରଭାସ ଡନସେନା ଏହି ସମୟରେ ଉପସ୍ଥିତ ଥିବା ବେଳେ ଭାରତୀୟ ଜନତାପାର୍ଟିର ବରିଷ୍ଠ ନେତା ଦେବେନ୍ଦ୍ର କୁମାର ମହାପାତ୍ର,ସମ୍ବଲପୁର ସାଂସଦ ପ୍ରତିନିଧି ସସ୍ମିତା ଦେହୂରୀ,ଯୁଯୋମୁରା ସମିତି ସଦସ୍ୟ ଜୟନ୍ତ କୁମାର ପ୍ରଧାନ ପ୍ରମୂଖ ନେତୃ ସ୍ଥାନୀୟ ଏହି ଗସ୍ତ ସମୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ