Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେସିନ କରୁଛି ମନରେଗା କାମ; ଶ୍ରମିକଙ୍କୁ ଉପେକ୍ଷା

ସୋନପୁର: ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୁଚ୍ଛା ପଞ୍ଚାୟତରେ ମେସିନ ଦ୍ୱାରା ମନରେଗା କାମ କରାଯାଉଥିବାରୁ ଶ୍ରମିକ ମାନେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ସୋମବାର ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦଙ୍କ ଉଦ୍ଦେଶ୍ୟରେ ତରଭା ବିଡ଼ିଓଙ୍କ ହସ୍ତେ ଦିଆ ଯାଇଥିବା ଅଭିଯୋଗ ପତ୍ରରେ ମରାଡୁଗୁଚ୍ଛା ପଞ୍ଚାୟତର ଲଷ୍ମୀମୁଣ୍ଡା ଗ୍ରାମର ଖଲିଆବନ୍ଧ, ଗୁହିରାଘାଟ ଗ୍ରାମର ରୁଗୁଡିମୁଣ୍ଡା(ରିଜର୍ଭ ଜଙ୍ଗଲ)ଡାଙ୍ଗପାଲିର ରୁଗୁଡିମୁଣ୍ଡା, କିରାସିରା ଗ୍ରାମର ରାଣୀକଟା ଓ ଅନ୍ୟାନ୍ୟ ଜଳାଶୟର କାମରେ ଶ୍ରମିକଙ୍କୁ ନିୟୋଜିତ ନ କରି ମେସିନ ଦ୍ୱାରା କରାଯାଇଛି।ଫଳରେ ମନରେଗା ଆଇନର ବିରୁଦ୍ଧାଚରଣ ସଙ୍ଗେ ଶ୍ରମ ଆଇନର ଉଲଙ୍ଘନ କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।ଏଣୁ ଏହି ବେନିୟମ କାର୍ଯ୍ୟର ତଦାରଖ କରି ଶ୍ରମିକ ପାଉଣାକୁ ବନ୍ଦ କରିବା ପାଇଁ ହୋଇଥିବା ଦାବିପତ୍ରରେ ସୁବର୍ଣ୍ଣ ନାଗ, ବିମ୍ବାଧର ମହାନନ୍ଦ, ନାରାୟଣ ବାଘ, ଭାଗିରଥି ନନ୍ଦ, ରାମଗୋପାଳ ସାହୁ, ସଂଖ୍ୟା ଘିବେଳା, ମନବୋଧ ହରିପାଳ,ଚିତ୍ର ନନ୍ଦ, ପ୍ରଶାନ୍ତ ନନ୍ଦ, କୁଶଳେ କର୍ମୀ, ତ୍ରିପୁର ନାଗଙ୍କ ସମେତ ୪୯ଜଣଙ୍କ ଦସ୍ତଖତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ