Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ

ସୋମବାର ତରଭାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନବଯୌବନ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଭୁ ଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ସ୍ନାନ କରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେହି ଦିନ ଠାରୁ ପ୍ରଭୁ ଜଗନ୍ନାଥ ଅଣସର ଘରେ ଥିଲେ । ଅଣସର ଘରେ ସେବାୟତ ପଣ୍ଡା ମାନେ ପ୍ରଭୁ ଜଗନ୍ନାଥ ସୁସ୍ଥ ହେବାପାଇଁ ବିଭିନ୍ନ ସେବା ଓ ଉପଚାର ମାନ କରୁଥିଲେ । ସୁସ୍ଥ ହେବା ପରେ ପ୍ରଭୁ ଜଗନ୍ନାଥ ଆଜି ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ‌। ମଙ୍ଗଳବାର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ରଥାରୂଢ଼ ହୋଇ ପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ଏଥିରେ ପୂଜକ ଭାବରେ ଗୋପାଳ କୃଷ୍ଣ ମିଶ୍ର କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବରେ ରତନଲାଲ ଅଗ୍ରୱାଲ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ସମସ୍ତ କାର୍ଯ୍ୟରେ ପ୍ରଭାତ ମିଶ୍ର, ସଞ୍ଜୟ ମିଶ୍ର, ବିଜୟ ମିଶ୍ର, ସୁଧିର ପୁଜାହାରୀ, ଜଗନ୍ନାଥ ପୁଜାହାରୀ, କେଶବ ତ୍ରିପାଠୀ, ବିକ୍ରମ ମିଶ୍ର, ପ୍ରଦୀପ ପାଣିଗ୍ରାହୀ ଓ ସୁରେନ୍ଦ୍ର ବେଜ ପ୍ରମୁଖ ସେବାୟତ ମାନେ ସହଯୋଗ କରିଥିଲେ ।
,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ