Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର କଂଗ୍ରେସରେ ଦେଖାଦେଉଛି ନୂଆଁ ସମ୍ଭାବନା !

ସମ୍ବଲପୁର (ଭୁବନେଶ୍ବର ): ସମ୍ବଲପୁର ଥିଲା ଏକଦା କଂଗ୍ରେସ ଗଡ । ଏହାକୁ ଉଜ୍ୱିବିତ କରିବାକୁ ସମ୍ବଲପୁର କଂଗ୍ରେସ ଦଳରେ ଦେଖାଦେଇଛି ନୂଆଁ ସମ୍ଭାବନା। ଲୋକଙ୍କ ସମସ୍ୟା ନେଇ କଂଗ୍ରେସ ଏବେ ରାସ୍ତାକୁ ଓଲ୍ଲେଇଛି। ସରକାରଙ୍କ ତୃଟୀ ପୁର୍ଣ୍ଣ ସେବା ଓ ଦୁର୍ନୀତିକୁ ଆଧାର କରି ଲୋକଙ୍କ ହୃଦୟ କିଣିବାକୁ ଗତ କିଛିଦିନ ଧରି ଯୋରଦାର ପ୍ରୟାସ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି। ଆସବ ଅଲ୍ଲୀ ଖାଁ ସମ୍ବଲପୁର କଂଗ୍ରେସର ନୂତନ ସଭାପତି ହେବାପରେ ମୃତପ୍ରାୟ କଂଗ୍ରେସରେ ନୂତନ ଜୀବନ ସଂଚାର ହୋଇ କଂଗ୍ରେସ ପ୍ରତି ଜନ ସାଧାରଣଙ୍କ ଆଶକ୍ତି ବଢାଇବାକୁ କଂଗ୍ରେସ ନୂତନ ଉପାୟ ଅବଲମ୍ବନ କରିଛି। ଆଜି ଏଭଳି ଏକ ଜନ ସମସ୍ୟା ସହିତ ଜର୍ଜରିତ ସମ୍ବଲପୁର ବାସୀଙ୍କ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ଠାରେ ଆୟୋଜିତ ଓଡିଶାରେ ବିଜୁଳି ବିଭ୍ରାଟକୁ ନେଇ ଗଣ ସମାବେଶରେ ସମ୍ବଲପୁର କଂଗ୍ରେସ ତାର ବଳ ଦେଖାଇଛି । ଜିଲ୍ଲାରେ ଟାଟା ପାୱାର ର ନୈରାଶ୍ୟ ଜନକ ବିଜୁଳି ସେବା ଉପରେ ଭୁବନେଶ୍ବର ଠାରେ ଗର୍ଜିଛି ସମ୍ବଲପୁର କଂଗ୍ରେସ। ଏପରିକି ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସମସ୍ୟା ଓ ଜନହୀତକର କାମରେ କିଭଳି ଅସାଧୁ କାରବାର ହେଉଛି ସେ ସଂପର୍କରେ ନୂତନ ଜିଲ୍ଲା ସଭାପତି ଆସବ ଅଲ୍ଲୀ ଖାଁ ଜିଲ୍ଲାର ବହୁ ପ୍ରବୀଣ ଓ ନବୀନ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲା ସଭାପତି ଶ୍ରୀ ଖାଁ ଆନୁଷ୍ଠାନିକ ଭାବେ ଆସନ୍ତା ୨୫ ତାରିଖ ଦିନ ଜିଲ୍ଲାର ସଭାପତି ଭାର ଗ୍ରହଣ କରିବା ପରେ ଘରକୁ ଘର ପଡାରୁ ସହର ପାଇଁ କଂଗ୍ରେସର ଆଭିମୁଖ୍ଯକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିମୁଖ ଭୋଟରଙ୍କୁ କଂଗ୍ରେସ ପ୍ରତି ନିଜର ଆଭିମୁଖ୍ଯରେ ନୂତନ ପରିବର୍ତ୍ତନ ପାଇଁ ପ୍ରୟାସ କରିବେ।ଏପରିକି ପ୍ରତି ପରିବାରରେ କଂଗ୍ରେସ ପ୍ରତି ଭୋଟରଙ୍କ ବିଶ୍ୱାସ ଫେରାଇବାକୁ ଉଦ୍ୟମ ଆରମ୍ଭ କରିବେ ବୋଲି ଓଡିଶା ଡଟ୍ ନିୟୁଜକୁ କହିଛନ୍ତି।