ଜଳିଗଲା ନଡିଆ ଗଛ: ଥାନାରେ ଏତଲା

ସମ୍ବଲପୁର (ସିନ୍ଦୁରପଙ୍କ): ଦଣ୍ଡେଇପାଲି କେନାଲ ହୁଡାରେ ଲଗାଯାଇଥିଲା ବହୁ ପରିମାଣର ନଡିଆଗଛ। ଯାହାକି ଏହାର ଲାଭାଂଶ ପୁରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣହିଁ ଭୋଗରେ ଲଗାଯାଉଥିଲା । ତାହାକୁ କୌଣସି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବାରୁ ଗଛ ଗୁଡିକ ପୋଡି ନଷ୍ଟ ହୋଇଯାଇଛି । ଏହା ଅଞ୍ଚଳର ପ୍ରକୃତିପ୍ରେମୀ ତଥା ବିଶିଷ୍ଟ ଚାଷୀ ନେତା ରାମସାଗର ସାହୁ ନିଜ ଉଦ୍ୟମରେ ଆରମ୍ଭ କରି ଅଞ୍ଚଳକୁ ସୁଶୋଭିତ ଓ ପରିବେଶ ମୟ କରି ଗଢିତୋଲିବାକୁ ମସ୍ତବଡ ଭୁମିକା ନିର୍ବା ହ କରିଥିଲେ ।ଯାହାକି ୨୦୦୯ ମସିହାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଦ୍ୱାରା ରୋପଣ କରାଯାଇ ବର୍ତ୍ତମାନ ଦିନରେ ଏକ ସବୁଜ ସୁନ୍ଦରମୟ ହୋଇଥିଲା । ତାହାକୁ ଗତ ୧୭ ତାରିଖ ଦିନ କିଏ ନିଆଁ ଲଗାଇଥିବାରୁ ଏହା ନଷ୍ଟ ହୋଇଯାଇଛି । ଏହାକୁ ନେଇ ରାମସାଗର ସାହୁ ସଦର ଥାନାରେ ଏକ ଏତଲା ଦେଇ ଦୁର୍ବୁତ୍ତକୁ ଦରି ତା ଉପରେ ବିହିତ କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଛନ୍ତି । ପ୍ରକୃତିବିତ୍ ମାନେ ମଧ୍ଯ ଏହାର ଦୃଢ ନିନ୍ଦାକରି କାର୍ଯ୍ୟାନୁଷ୍ଟାନ ପାଇଁ ଜୁକ୍ତି ବାଢିଛନ୍ତି ।