Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଶ୍ରୀଗୋପାଲଜୀ ମଠରୁ ବାହାରିଲେ ୩ ଠାକୁର,ଗୋବିନ୍ଦତୋଲା ମାଉସୀ ମନ୍ଦିରରେ ନବ ବେଶରେ ହେବ ପୂଜାର୍ଚନା

ସମ୍ବଲପୁର: ସହରର ଧନୁପାଲି ସ୍ଥିତ ଶ୍ରୀ ଗୋପାଳଜୀ ମନ୍ଦିର ରୁ ଆଜି ଶ୍ରୀ ଗୁଣ୍ଡିଚା ଯାତ୍ରାରୁ ତିନି ଠାକୁରଙ୍କ ରଥ,ସହସ୍ରାଧିକ ଭକ୍ତଙ୍କ ଗହଣରେ ଗୋବିନ୍ଦତୋଳା ସ୍ଥିତ ମାଉସୀ ମାଁ ମନ୍ଦିିରରେ ବିଜେ କରିଛନ୍ତl ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ପବିତ୍ର ରଥଯାତ୍ରା କୋବିଡ କାଳର ୨ ବର୍ଷ କୁ ଛାଡିଦେଲେ ନିରବିଚ୍ଛନ୍ନ ଭାବରେ ଧନୁପାଲି – ଗୋବିନ୍ଦତୋଳାର ଭକ୍ତିଭାବ ପରିବେଶରେ ପରିଚାଳିତ ହୋଇ ଆସୁଛି।

ପଣ୍ଡିତ ମନମୋହନ ପାଣିଗ୍ରାହୀଙ୍କ ପୌରାହିତ୍ୟରେ ଚାଲୁଥିବା ଏହି ରଥଯାତ୍ରା ମହୋତ୍ସବ ଗୋବିନ୍ଦତୋଳା ସ୍ଥିତ ମାଉସୀ ମାଁ ମନ୍ଦିର ରେ ନଅ ଦିନ ବ୍ୟାପି ବାହୁଡା଼ ଯାତ୍ରା ଯାଏ ପୂଜା ପାଇବେ ତିନି ଠାକୁର l ଏହି ଅବସରରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ପାରମ୍ପାରିକ ରୀତି ନୀତି ଅନୁଯାଇ ଶିଶୁ ମାନଙ୍କୁ ରଥ ଛୁଁଆଁ କରାଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ