Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ଢାବା ମାଲିକଙ୍କ ମୃତ୍ୟୁ

ସମ୍ବଲପୁର (ଯୁଯୋମୁରା): ଯୁଯୋମୁରା ବ୍ଲକ୍ କଂସର ପଞ୍ଚାୟତରେ ଥିବା ଗୋପାଲ ଢାବାର ମାଲିକ ଗୋପାଲ ପ୍ରଧାନ (୫୭) ଙ୍କଗତକାଲି ମଧ୍ୟ ରାତ୍ରରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ଭୋର ସକାଳେ ଖବର ମିଳିଛି । ଗତକାଲି ରଥଯାତ୍ରାରେ ଯୁଯୋମୁରା ଠାରେ ସମସ୍ତ କାମ ସାରି ୯.୩୦ରେ ନିଜ ଢାବାକୁ ଯାଇ ରାତି ଗୋଟାଏ ରେ ଢାବା ବାହାରେ ଶୋଇଥିଲେ । ରାତି ପ୍ରାୟ ୨.୩୦ ରୁ ୩ ଟା ମଧ୍ୟରେ ହାତୀ ଆସି ଗୋପାଲଙ୍କୁ କଚାଡି ମାରି ଦେଇଥିବା ଭଳି ଦୁଃଖଦ ଖବର ଆଜି ସକାଳେ ପ୍ରଚାର ହେବା ପରେ ଘଟଣା ସ୍ଥଳରେ ଲୋକଙ୍କ ରୁଣ୍ଡ ହେବା ସହିତ ପୋଲିସ ଓ ବନ ବିଭାଗ ପହଞ୍ଚି ଘଥଣାର ପ୍ରାଥମିକ ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ପରେ ପ୍ରକ୍ରତ ଘଟଣା ଜଣାପଡିବ ବୋଲି ଉଭୟ ବିଭାଗ ପ୍ରାରମ୍ବିକ ତଦନ୍ତରୁ ସ୍ୱଷ୍ଟ ହେଉଥିବା କହୁଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।ସୂଚନା ଯୋଗ୍ୟକି ମୃତ ଗୋପାଲଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୋମୁରା ପଞ୍ଚାୟତର ସରପଞ୍ଚ୍ ରହିଛନ୍ତି । ଗୋପାଲଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।