Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ଆଦର୍ଶ ବିଦ୍ୟାଳୟରେ ଅଧକ୍ଷଙ୍କ ମନମୁଖି ସାଶନ ଚାଲିଥିବା ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ପାସ କରିଥିବା ଛାତ୍ରଙ୍କୁ ଅଧକ୍ଷଙ୍କ ଅଣଦେଖା କରାଜାଇଥିବା ଜଣା ପଡିଛି।ଗତ ତିନି ମାସ ତଳେ ବଡ ସରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ତିନି ଜଣ ଛାତ୍ର ପରିକ୍ଷା ଦେଇ ଉତିର୍ଣ ହୋଇଥିଲେ।ହେଲେ ସେମାନଙ୍କ ଭିତରୁ ଦୁଇଜଣଙ୍କ ନାମ ଲେଖିବାକୁ ଆଗରୁ ବିଦ୍ୟାଳୟର ଅଧକ୍ଷ ସୁଚନା ଦେଇଥିଲା ବେଳେ ବିବେକା ନନ୍ଦ ଖସଲା ନାମକ ଛାତ୍ରଙ୍କୁ କୌଣସି ସୁଚନା ଦେଇ ନଥିଲେ। ବିଦ୍ୟାଳୟ ଖୋଲିବା ଦିନହିଁ ନାମ ଲେଖିବାକୁ ଅଧକ୍ଷ ସୁଚନା ଦେଇଥିବା ବେଳେ ଛାତ୍ରଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି।ହେଲେ ଆଗରୁ ନକହି ଆଜି କହିଲେ ଆମେ କଣ କରିବୁ ବୋଲି ଅଭିଭାବକ ମାନେ କହିଛନ୍ତି।ବନ୍ଧୁଗାଁ ଆଦର୍ଶ ବିଦ୍ୟାଳୟର ଅଧକ୍ଷଙ୍କ ମନ ମୁକ୍ଷୀ କାର୍ଯ୍ୟକୁ ନେଇ ସବୁ ମହଲରେ ଏବେ ପ୍ରସ୍ନ ଉଠିଚି।ଧାର୍ଯ୍ୟ ସମୟରେ ନଜଣାଇ ହଠାଥ୍ କହିଲେ ଆମେ ଆମ ପିଲାଙ୍କୁ କିପରି ଜଇନ କରିବୁ।ଆମକୁ ଦୁଇ ଦିନ ସମୟ ଦେବାକୁ କହିଲୁ କିନ୍ତୁ ସିଏ ସୁଣିବାକୁ ନାରାଜ୍।ବର୍ତମାନ ପିଲାଙ୍କ ଭବିସ୍ୟତକୁ ନେଇ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି।ଏଇ ଭଳି କିଛି ଅଧକ୍ଷକଙ୍କ ପାଇଁ ଆମ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଆଗକୁ ବଢି ପାରୁ ନାହାନ୍ତି ତେଣୁ ଏମାନଙ୍କ ବିରୋଧରେ ପ୍ରସାନ ଉଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମ ପିଲାଙ୍କୁ ପାଠ ପଢିବାର ସୁଯୋଗ ଦିଆଜାଉ ବୋଲି ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ