ଖୋଲିଲା ଆଉ ୩ଟି ଜିଲ୍ଲାର ସ୍କୁଲ; ୨୪ରୁ ୨୬ ସକାଳୁଆ ସ୍କୁଲ


ଭୁବନେଶ୍ବର: ଗତକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିଯାଇଥିବା ବେଳେ ଆଜି ଆଉ ତିନୋଟି ଜିଲ୍ଲାରେ ସ୍କୁଲ ଖୋଲିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି। ‌ଉକ୍ତ ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର। ଏହି ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ । ସକାଳ ୬ଟା ୩୦ରୁ ୧୦ଟା ଯାଏ ହେବ ପାଠପଢା। ପରେ ୨୬ ତାରିଖରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ । ଏ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।

ସେହିପରି ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ କାଲିଠୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଗ୍ରୀଷ୍ମପ୍ରବାହ ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍କୁଲ ଖୋଲିବ କି ନାହିଁ ସେ ବାବଦରେ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ ଦାୟିତ୍ବ ଦେଇଥିଲା ଗଣଶିକ୍ଷା ବିଭାଗ ।