Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରଳ ରକ୍ତଦାତା ସାଜିଲେ ଜୀବନ କର୍ତ୍ତା

ସମ୍ବଲପୁର : ଭିମସାରରେ ଚିକିତ୍ସିତ ହେଉଥିବା ଜଣେ ଦୁର୍ବଳ ରୋଗୀର ଜୀବନ ବଞ୍ଚାଇବାକୁ ସୁଦୂର ଅଞ୍ଚଳରୁ ଧାଇଁ ଆସିଛନ୍ତି ରକ୍ତଦାତା । ପୁଣି ତାହା ବିରଳ ରକ୍ତ ଗ୍ରୁପ୍। ଏଭଳି ନିଦର୍ଶନର ପ୍ରେରଣାଦାତା ସାଜିଛନ୍ତି ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ । ଏହି ଗ୍ରୁପର କର୍ମକର୍ତ୍ତା କେ.ସାଇପ୍ରସାଦ ରାଓଙ୍କ ସହଯୋଗରେ ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁବର୍ଣ୍ଣପୁର ନିବାସୀ ଶ୍ରୀମତୀ ନଳିନୀ ସୁନାଙ୍କୁ ମିଳିଛି ବିରଳ ରକ୍ତ ଏବି-ଭିଇ (AB-VE)। ସମ୍ବଲପୁରର ରକ୍ତଦାତା ସଦାନନ୍ଦ ଗୌର ଏବଂ ସୁବର୍ଣ୍ଣପୁରର ମହିଳା ରକ୍ତଦାତା ଇତିଶ୍ରୀ ବେଉରା ବୁର୍ଲା ରକ୍ତ ଭଣ୍ଡାରକୁ ଆସି ନିଜର ମହାନତା ଦେଖାଇ ରକ୍ତଦାନ କରିଛନ୍ତି । ଜଣେ ଅସହାୟ ଦୁର୍ବଳ ଶରୀରଧାରୀଙ୍କୁ ଏଭଳି ବିରଳ ରକ୍ତଦାନ ପାଇଁ ସମାଜରେ ଅନୁଷ୍ଠାନ,ପ୍ରେରଣାଦାତା,ରକ୍ତଦାତାଙ୍କ ଅଭାବ ନାହିଁ। କେବଳ ସେମାନଙ୍କୁ ଚିହ୍ନିବା ଓ ଜାଣିପାରିବା ହେଉଛି ଜୀବନଦାନର ଅନ୍ୟନାମ ବୋଲି ସାରା ବୁର୍ଲାରେ ଚର୍ଚା ଧରିଛି । ଏଥିପାଇଁ ବୁର୍ଲା ହୀରାକୁଦ ବ୍ଲଡ ଡୋନର୍ସ ଗ୍ରୁପକୁ ଚାରି ଆଡୁ ସାବାସୀ ମିଳୁଛି ।