Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ହାଇସ୍କୁଲ ନିକଟରେ ଥିବା ମଦଭାଟି ସ୍ଥାନାନ୍ତର ଦାବି

ତରଭା: ତରଭା ବ୍ଲକ ମରାଡୁଗୁଛା ଗ୍ରାମର ୫ଟି ହାଇସ୍କୁଲରୁ ମାତ୍ର ୫୦/୬୦ ମିଟର ଦୁରତାରେ ଏକ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ରହିଛି l ଏହି ମଦ ଭାଟିରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ମଦ୍ୟପ ମାନଙ୍କ ଦ୍ୱାରା ଏଣେ ତେଣେ ଫିଙ୍ଗା ଯାଉଥିବା ଜରି ପାଉଚ ଗୁଡିକ ଯୋଗୁଁ ମଦ ଗନ୍ଧରେ ନାକ ଫାଟି ଯାଉଛି।ଏହାର କୁ ପ୍ରଭାବ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିଲେହେଁ ପ୍ରଶାସନ ଚୁପ ମାରି ବସିଛି।

ମଦଭାଟିର କିଛି ଦୂରରେ ଜନବସତି ରହିଥ‌ିବା ବେଳେ ପଡାର ଛୋଟଛୋଟ ପିଲାମାନେ ଭାଟିର ଚତୁପାର୍ଶ୍ବରେ ଖେଳାବୁଲା କରୁଛନ୍ତି। ଉକ୍ତ ଭାଟିର ନିର୍ଗତ ଉତ୍କଟ ଗନ୍ଧ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ମଦଭାଟି ଯୋଗୁଁ ସାମାଜିକ ପରିବେଶ ମଧ୍ୟ ପ୍ରଭାବିତ ହେଉଛି। ଜନବସତି ରାସ୍ତା ତଥା ସ୍କୁଲ ପାଖ ଦେଇ ମଦ ପରିବହନ, ମାତାଲମାନଙ୍କ ଦ୍ରୋରାତ୍ମ୍ୟରେ ଗ୍ରାମର ସାମାଜିକ ସ୍ଥିତି ବିପର୍ଯ୍ୟୟ ହୋଇ ପଡୁଥିବା ଦେଖାଯାଉଛି। ମଦଭାଟି ସମ୍ମୁଖ ଦେଇ ବନ୍ଧକେଡ଼ା ତଥା କଣ୍ଟାମାଲ ତେଲନଦୀ ବ୍ରିଜକୁ ରାସ୍ତା ଯାଇଥ‌ିବାରୁ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଯାତାୟାତ କରିଥାନ୍ତି। ମଦ ଭାଟି ଆଗରେ ମଦ୍ୟପ ମାନେ ଆଡ୍ଡା ଜମାଉଥ‌ିବାରୁ ଲୋକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହି ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଅନେକ ଥର ଜିଲ୍ଲାପାଳ, ଅବକାରୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେହେଁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।ସୋନପୁର ନୂତନ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ