Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଡୋଳା ପଂଚାୟତରେ ମୋ ଘର ଶିବିର, ଜମିପଟ୍ଟା ସାଜିଛି ପ୍ରତବନ୍ଧକ

ଚିପିଲିମା,୨୨/୦୬ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାର ଙ୍କ ମୋ ଘର ଯୋଜନା ରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୫୪ଜଣ ହିତାଧିକାରୀଙ୍କ ନାମ ପଞ୍ଜିକୃତ କରାଯାଇଥିଲା।ବିଭିନ୍ନ କାରଣ ରୁ ୨ଜଣ ଙ୍କ ଆବେଦନ ଫାର୍ମ ରଦ୍ଦ କରିଦିଆଯାଇଥିବା ଜଣାପଡିଛି।ଅନ୍ୟପଟେ ୩୨ଜଣ ଙ୍କ ଜାତି ପ୍ରମାଣ ପତ୍ର,୫୧ଜଣଙ୍କ ମାସିକ ଆୟ ପ୍ରମାଣ ପତ୍ର ପୁନ୍ନ ନବୀକରଣ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ୩୨ଜଣଙ୍କ ଜମି ପାର୍ଟିସନ,ଜଣଙ୍କ ମିଟୁଆସନ ଭଳି ସମସ୍ୟା ଦେଖା ଯାଇଛି।ସେମାନେ ସମସ୍ତେ ନୂତନ ଭାବରେ ନିଜର ଆବଶ୍ୟକ ଫର୍ମ ଧରି ସ୍ଥାନୀୟ ସହଜ କେନ୍ଦ୍ର କିମ୍ବା ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ନୂତନ ପ୍ରମାଣ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଚିପିଲିମାର ଅନେକ ଲୋକଙ୍କ ପାଖରେ ନିଜର ସ୍ଥାୟୀ ଜମି ପଟ୍ଟା ନଥିବାବେଳେ ସେମାନେ ଏହି ଯୋଜନାରୁ ବାଦ ପଡିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।ମୋଟା ମୋଟୀ ଭାବରେ ମୋ ଘର ନିର୍ମାଣ ପାଇଁ ସ୍ଥାୟୀପଟ୍ଟା ବାଧକ ସାଜିଥିବା ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି। କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲା ପ୍ରକଳ୍ପ ନିର୍ଦେଶକ ଧର୍ମେନ୍ଦ୍ର ମାଲିକ ଯୋଗଦେଇ ଲାଇନ ବିଭାଗ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧି ଙ୍କ ସହ ଆଲୋଚନା କରି କିପରି ଯୋଜନା କୁ ସଫଳ କରାଯାଇପାରିବ ସେ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଗୋରେଖ ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନନ୍ଦ ଲାଲ ସାହୁ, ଚିପିଲିମା ରାଜସ୍ୱ ନିରୀକ୍ଷକ ରଘୁ ନନ୍ଦନ ବଢ଼େଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭବାନୀ କୁମ୍ଭାର, ନାୟବ ସରପଞ୍ଚ ପାର୍ବତୀ ସାମଲ, ୱାର୍ଡ ସଭ୍ୟ ସୁବ୍ରତ ନାୟକ, ଅନୀଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories