Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ; ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନ୍ୟାନ୍ୟ ଦାବି ରଖିଲା ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ

ଅତାବିରା /ବରଗଡ : ପୁରୀ ବଡ଼ଦାଣ୍ଡ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ଟଣା ସମୟରେ କିଛି ନିର୍ଦ୍ଧିଷ୍ଟ ସେବାୟତ ମାନଙ୍କ ଦ୍ଵାରା ଦୁଇ ଜଣ କର୍ତବ୍ୟତରତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଘଟଣା ରେ ସଂପୃକ୍ତ ସେବାୟତ ମାନଙ୍କ ବିରୁଦ୍ଧ ରେ ଦୃଢ଼ ତଥା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ମାନଙ୍କ ଅନ୍ୟାନ୍ୟ ସମସ୍ୟା ବିଷୟରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟ ରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପ୍ରଦାନ କରିଛି। ଜାବ ର ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ ଙ୍କୁ ସାକ୍ଷାତ କରି ଏହି ସ୍ମାରକ ପତ୍ର ପ୍ରଦାନ କରିଛି।

ଏଥିରେ ପୁରୀ ରେ ଘଟିଥିବା ଘଟଣା ର ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଓଡ଼ିଶା ରାଜ୍ୟ ରେ ସାମ୍ବାଦିକ ମାନଙ୍କ ଉପରେ ବଢୁଥିବା ହିଂସାତ୍ମକ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ଯଥାଶୀଘ୍ର ଓଡିଶା ରାଜ୍ୟ ସରକାର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ କୁ ବିଧାନ ସଭାରେ ପାରିତ କରି ଓଡ଼ିଶାରେ ଆଇନ ଭାବରେ ଲାଗୁ କରିବା, ଅନ୍ୟ ରାଜ୍ୟ ଭଳି ଅବସର ପରେ ସାମ୍ବାଦିକ ମାନଙ୍କୁ ପେନସନ ର ସୁବିଧା ଦେବା, ସାମ୍ବାଦିକ ଙ୍କ ବୀମା ରାଶି କୁ ଦୁଇ ଲକ୍ଷ ଟଙ୍କା ରୁ ୧୦ ଲକ୍ଷ ଟଙ୍କା କୁ ବୃଦ୍ଧି କରିବା ସହ ବହୁ ପୂର୍ବରୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ଙ୍କ ସୁବିଧା ସୁଯୋଗ ପାଇଁ ଯେଉଁ ସବୁ ଘୋଷଣା ମାନ କରିଥିଲେ ,ସେ ସବୁ ଗୁଡ଼ିକୁ ଆମୂଳଚୁଳ ଲାଗୁ କରିବା କୁ ଦାବୀ ରହିଛି। ଏହି ପ୍ରତିନିଧି ମଣ୍ଡଳୀ ରେ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର,ଉପ ସଭାପତି ପ୍ରଭୁ ଚରଣ ମହାନ୍ତି, ଅଫିସ ସମ୍ପାଦକ ବଦ୍ରି ପ୍ରସାଦ ସାହୁ, ରମଣୀ ରଂଜନ ବେହେରା, ଲଲାଟେନ୍ଦୁ ଦାଶ,ହେମନ୍ତ ନାୟକ, ସୁବ୍ରତ ସାହୁ,ସରୋଜ ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ। ସେହିପରି ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଦାବି ପତ୍ର ପ୍ରଦାନ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ