ମନ୍ଥରଗତିରେ ବିକାଶ କାମ: ଗୋବିନ୍ଦତୋଲାର ଅବସ୍ଥା ବେହାଲ

ସମ୍ବଲପୁର :ଗୋବିନ୍ଦତୋଳାରେ ବର୍ଷା ପାଣି ସହ ନାଳ ନର୍ଦମା ପାଣି ଗଡୁଛି ରାସ୍ତାରେ, ଘରଘର ଯୋଗାଣ ହେଉଛି ଦୁର୍ଗନ୍ଧ ପାଣି, ଆଗାମୀ ଦିନରେ ଜଣ୍ଡିସ ବ୍ୟାପିଲେ ଦାୟୀ ରହିବ ଜିଲ୍ଲା ପ୍ରଶାସନ । ଏଭଳି ଚେତାବନି ଶୁଣାଇଛନ୍ତି ବିଜେପିର ପୁର୍ବତନ ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ।
ସମ୍ବଲପୁର ସହରର ପ୍ରମୁଖ ଅଞ୍ଚଳ ଗୋବିନ୍ଦତୋଳା ମୁଖ୍ୟ ରାସ୍ତା କୁ ପ୍ରଶାସ୍ତ କରିବା ଉଦ୍ଦେଶ୍ଯରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଇଛି l ତାରି ଭିତରେ କଟିଯାଇଛି ଶତାଧିକ ବର୍ଷ ତଳର ପୁରୁଣା ଅନେକ ଗଛ l ହେଲେ ରାସ୍ତା ନିର୍ମାଣ କଥା ପଛରେ ଥାଉ, ରାସ୍ତାର ଉଭୟ ପାର୍ଶ୍ୱର ଡ୍ରେନ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ, ମୌସୁମୀ ବର୍ଷା ରେ ରାସ୍ତା ଉପରେ ପାଣି ଗଡୁଛି l ନାଳନର୍ଦମା ପାଣି ନିଷ୍କାସିତ ହୋଇ ପାରୁନଥିବା ବେଳେ, ବର୍ଷା ପାଣି ସହ ମିଶି ରାସ୍ତାରେ ବୋହୁଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ଡ୍ରେନ ନିର୍ମାଣ କାର୍ଯ୍ୟ ମଧ୍ୟ୍ୟ ମନ୍ଥର ଗତି ରେ ଚାଲିଛି l ଯଦ୍ୱାରା ପିଏଚଡି ଜଳଯୋଗାଣ ରେ ଦୁର୍ଗନ୍ଧଯୁକ୍ତ ଦୂଷିତ ପାଣି ଘର ମାନଙ୍କୁ ଯୋଗାଣ ହେଉଛି l ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟା ର ସମାଧାନ କରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ଏବେ ବର୍ଷା ଆସିଗଲା ପରେ ଅବସ୍ଥା ଆହୁରି ଜଟିଳ ହେବାର ସମ୍ଭାବନା ଅଛି, ଏହି ଦୂଷିତ ଜଳଯୋଗାଣ ତଥା ଡ୍ରେନ ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ଯୋଗୁଁ ଯଦି ଗୋବିନ୍ଦତୋଳା ଅଞ୍ଚଳରେ ଜଣ୍ଡିସ ମହାମାରୀ ସଂକ୍ରମିତ ହୁଏ ତାହେଲେ, ସେଥିପାଇଁ ଜିଲ୍କା ପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତି ରେ ଦର୍ଶାଇଛନ୍ତି।ଜିଲ୍ଲା ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ର ସମାଧାନ ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସର୍ବ ସାଧାରଣରେ ମଧ୍ୟ ଦାବି ଉଠିଲାଣି ।