Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୮ ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ବର: ଏଣିକି ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା। ଉଚ୍ଚଶିକ୍ଷା ବିଭାଗ ପରିସରରେ ଥିବା ବେସରକାରୀ କଲେଜକୁ ସରକାରୀ ମାନ୍ୟତା ଦିଆଯିବ। ୨୦୦୮ ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ୍ ପରିସରଭୁକ୍ତ କରିବେ। ସେହିପରି କଲେଜକୁ ମାନ୍ୟତା ଓ ଦରମା ପ୍ରଦାନ ପାଇଁ ନୂଆ ଗ୍ରାଣ୍ଟ ଇନ୍ ପଲିସି କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟରେ ୨୦୦୮ ରୁ ୨୦୧୩ ମଧ୍ୟରେ ପ୍ରାୟ ୨୯୬ଟି ବେସରକାରୀ କଲେଜ ପ୍ରତିଷ୍ଠା ହୋଇଛି। ଏହି ବର୍ଗରେ ୩ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ କାମ କରୁଛନ୍ତି। ଅନ୍ୟପଟେ ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ