Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ପାଳନ

ସମ୍ବଲପୁର :ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ। ଏହି ଅବସରରେ ସମଲେଶ୍ୱରୀ ମଣ୍ଡଲ କମିଟି ପକ୍ଷରୁ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ତାଙ୍କର ସୁଖ,ସମୃଦ୍ଧି ଓ ଦୀର୍ଘାୟୁ ଜୀବନ କାମନା କରିବା ସହିତ ମନ୍ଦୋଳିଆ ଖେଳପଡିଆ ରେ ବୃକ୍ଷରୋପଣ ସହିତ ହୀରାକୁଦର କଳ୍ପତରୁ ଅନାଥ ଆଶ୍ରମରେ ଥିବା ଆଶ୍ରିତ ପିଲାମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଗିରିଶ ପଟେଲ,ରୁନୁ ପ୍ରଧାନ,ମୁନ୍ନା ତିୱାଡି,ମନୋଜ ପଲସନିଆ,କିଶୋର ମେହର,ଅନିଲସୁନା, ନାରାୟଣ ପଣ୍ଡା,ମନୋଜ ସ୍ୱାଇଁ ଓ ସୁନିଲ ନନ୍ଦ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ