Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶିଷ୍ଟ ପଣ୍ଡିତ ସୁରେନ୍ଦ୍ର ପ୍ରସାଦ ନାୟକଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ପଣ୍ଡିତ ତଥା ପୁର୍ବତନ ଶିକ୍ଷକ ପଣ୍ଡିତ ସୁରେନ୍ଦ୍ର ପ୍ରସାଦ ନାୟକଙ୍କ ୯୩ ବର୍ଷ ବୟସରେ ଗତ ରାତି ୧୧.୪୨ ମିନିଟରେ ପରଲୋକ ଗମନ କରିଛନ୍ତି। ବୟସାଧିକ୍ୟ ଯୋଗୁଁ ସେ ତାଙ୍କ ସମ୍ବଲପୁର ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପ୍ରକୃତ ଗ୍ରାମ ପଡିଆବାହାଲ ନିକଟସ୍ଥ ଖଲିଆପାଲି । ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଓ ବନ୍ଧୁ ସ୍ୱଜନଙ୍କ ସହିତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ।

ମୃତ୍ୟୁ ସମୟରେ ତାଙ୍କର ପୁଅ,ବୋହୂ,ଝିଅ ଯୋଇଁ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ଜଣେ ଶିକ୍ଷକ ଓ ବିଶେଷକରି ପୂଜା ପାଠ,ଧର୍ମକାଣ୍ଡ ଜ୍ଞାନରେ ତାଙ୍କର ପାଣ୍ଡିତ୍ୟ ରହିଥିଲା। ତାଙ୍କର ନିଷ୍ଟା ଓ ଧର୍ମ ଜ୍ଞାନ ଓ ସୁଳଳିତ ସ୍ୱଷ୍ଟ କଣ୍ଟସ୍ୱର ପାଇଁ ସମଗ୍ର ଜିଲ୍ଲା କାହିଁକି ପଶ୍ଚିମ ଓଡିଶାରେ ମଧ୍ୟ ତାଙ୍କର ବେଶ୍ କ୍ଷାତି ରହିଥିଲା । ଆଜି ସମ୍ବଲପୁର ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସଂପର୍ନ୍ନ ହୋଇଛି । ସାନପୁଅ ରାଜାରାମ ନାୟକଙ୍କ ଉପସ୍ଥିତିରେ ବଡପୁଅ ବଟୁରାମ ନାୟକ ମୁଖାଗ୍ନି ଦେଇଥିଲେ । ପଣ୍ଡିତ ନାୟକଙ୍କ ୨ ପୁଅ ଓ ୨ ଝିଅ ସେମାନଙ୍କ ପରିବାର ସହିତ ରହିଛନ୍ତି । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।