ଆଡ଼ପ ମଣ୍ଡପ ଦର୍ଶନ ପରେ ମୃତୁ ମୁଁହରେ ଭକ୍ତ ।


ଅସ୍ତରଙ୍ଗ,,ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ ,ମା ମଙ୍ଗଳା ଙ୍କ ପୀଠ କାକଟପୁର ରୁ ଯାଇଥିଲେ ଭକ୍ତ ଲକ୍ଷ୍ମୀଧର ପୁରୀ ର ଶ୍ରୀ ଗୁଣ୍ଡିଚା ମନ୍ଦିର । ନବମୀ ତିଥି ଥିବାରୁ ମହା ପ୍ରଭୁ ଙ୍କୁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ ବୋଲି କରିଥିଲେ ଆଶା ଓ ବିଶ୍ୱାସ । ହେଲେ,ଆଶା ଆଶା ରେ ହିଁ ରହିଗଲା । ନବମୀ ଦର୍ଶନ କରି ଫେରୁଥିବା ବେଳେ ତାଙ୍କର ଚାଲି ଯାଇଥିଲା ଜୀବନ । ଏହି ମୃତ ବ୍ୟକ୍ତି ହେଲେ,କାକଟପୁର ର ଶିକ୍ଷାବିତ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଲକ୍ଷ୍ମୀଧର ଖୁଣ୍ଟିଆ ।
ଖବର ରୁ ଜଣା ଯାଏ ଜେ,ଶ୍ରୀ ଖୁଣ୍ଟିଆ,ମଙ୍ଗଳବାର ଦିନ ୧୧ଟା ବେଳେ, ସ, ପରିବାର ସହ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀ ,ଗୁଣ୍ଡିଚା ମନ୍ଦିର କୁ ଯାଇ ପ୍ରଭୁ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ,ନବମୀ ତିଥିରେ ପ୍ରବଳ ଗହଳି ଥିବା ସହ ଗରମ ଟିକେ ଲାଗିବାରୁ,ଶ୍ରୀ ଖୁଣ୍ଟିଆ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ସାଥୀ ସାଥୀ ତାଙ୍କୁ,ସୁରକ୍ଷା କର୍ମୀ ଓ ପରିବାର ସଦସ୍ୟ ମିଶି ନିକଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ନିଆଯାଇଥିଲା । ହେଲେ ଜିଲ୍ଲା ଚିକିତ୍ସାଳୟର ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।