କଚେରୀ ଛକ-ଖ୍ରୀଷ୍ଟିଆନପଡା ଫ୍ଲାଇଓଭର ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ସମ୍ବଲପୁର: ଅସରାଏ ବର୍ଷାରେ ଫ୍ଲାଇଓଭର ସାଜୁଛି ଦୁଃଖର କାରଣ।ରାସ୍ତାରେ ଜମୁଛି ପାଣି।ଫ୍ଲାଇଓଭରର ପାଣି ପଡୁଛି ତଳେ ଯିବା ଲୋକଙ୍କ ଉପରେ।ଏଭଳି ଅବସ୍ଥା ଦେଖିବାକୁ ମିଳୁଛି ସମ୍ବଲପୁର ସହରର ମୁଖ୍ୟ ରାସ୍ତା ତଥା କଚେରୀ ଛକରୁ ଖ୍ରୀଷ୍ଟିଆନପଡା ଫ୍ଲଇଓଭର ରାସ୍ତାରେ।ପାଖାପାଖି ୨ କିଲୋମିଟର ରାସ୍ତା ଉପରେ ଦୁଇଶହ କୋଟି ବ୍ୟୟ ଅଟକଳ ରେ ନିର୍ମିତ ହୋଇଛି ଏହି ଫ୍ଲାଇଓଭର।ଏବେ ଏହାର ସ୍ଥାୟିତ୍ୱକୁ ନେଇ ଇଠିଛି ପ୍ରଶ୍ନ। ପ୍ରଥମେ ଅଶି କୋଟି ର ବ୍ୟୟବରାଦ ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା କାରଣରୁ ଦୁଇଶହ କୋଟି ରେ ପହଞ୍ଚି ଯାଇଥିଲା l ହେଲେ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଯୋଗୁଁ ଫ୍ଲାଇଓଭର ତଲେ ରାସ୍ତା ରେ ଯାଉଥିବା ଲୋକଙ୍କ ମୁଣ୍ଡରେ ପଡୁଛି ପାଣି। କେବଳ ସେତିକି ନୁହେଁ, ଅସରାଏ ବର୍ଷା ରେ ଫ୍ଲାଇଓଭର ଉପରେ ସ୍ଥାନେ ସ୍ଥାନେ ଜମିରହୁଛି ପାଣି l ଯାହାକି ଏହି ବ୍ୟୟ ବହୁଳ ଫ୍ଲାଇଓଭରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ସୂର୍ଯ୍ୟ ପାଣିଗ୍ରାହୀ l ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏହି ସମସ୍ୟା ବିଷୟ ରେ ଜାଣି ସୁଦ୍ଧl ଜିଲ୍ଲା ପ୍ରଶାସନ କାହିଁକି ନିରବଦ୍ରଷ୍ଟା ସାଜୁଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ସମ୍ବଲପୁରବାସୀଙ୍କର ହିତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ସମ୍ବେଦନଶୀଳ ସମସ୍ୟା କୁ ହୃଦୟଙ୍ଗମ କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସେ ଦାବୀ ଜଣାଇଛନ୍ତି l