Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମ୍ପର୍ଣ୍ଣ

ଚିପିଲିମା,୨୯/୦୬ ସମ୍ବଲପୁର ଜିଲ୍ଲା ବୁର୍ଲାଥାନା ଅନ୍ତର୍ଗତ ଚିପିଲିମା, କାର୍ଡୋଳା, ଭଳିଆପାଲି, ବସନ୍ତପୁର, ଗୋଶାଳା, କଳାମାଟି ଆଦି ଅଞ୍ଚଳରେ ମହାପ୍ରଭୁଙ୍କ ବାହୁଡାଯାତ୍ରା ହସ ଉଲ୍ଲାସରେ ଶହସ୍ରାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରତ୍ୟେକ ମଉସୀମାଆ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ପାହାଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା।ପହଣ୍ଡି ପରେ ଶଙ୍ଖ ଘଣ୍ଟଘଣ୍ଟା ହରିବୋଲ ହୁଳହୁଳି ମଧ୍ୟରେ ମହାପ୍ରଭୁ ରଠାରୁଢ଼ ହୋଇଥିଲେ।ପରେ ରଥଟଣା ଭଜନ କୀର୍ତନ ମଧ୍ୟରେ ଭକ୍ତମାନଙ୍କ ଦ୍ୱାରା ରଥଟଣା ହୋଇଥିଲା।ବଡଦାଣ୍ଡରେ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ, ଅନେକ ଶିଶୁଙ୍କ ରଥଛୁଆଁ ହୋଇଥିଲା।ପ୍ରତ୍ୟେକ ସ୍ଥାନରେ ଭଜନ ସଂକୀର୍ତନରେ ବଡଦାଣ୍ଡ ଉଛୁଲିପଡିଥିଲା।ରାତିରେ ମହାପ୍ରଭୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ, ନୀତିକାନ୍ତି ପରେ ମନ୍ଦିର ପ୍ରବେଶ କରିଥିଲେ।ପ୍ରକାଶ ଥାଉ କି ଚିପିଲିମା ଗାଯାତ୍ରୀମନ୍ଦିର ବଡଦାଣ୍ଡରେ ଅନ୍ଧାର ମଧ୍ୟରେ ରହିଥିଲେ।ଗାୟତ୍ରୀ ମନ୍ଦିର ଚିପିଲିମା ଓ ଗୋଶାଳା ରେ ରେ ସହସ୍ରାଧିକ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories