Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଷ୍ଟେଟବ୍ୟାଙ୍କ ଏଟିଏମ ରେ ଅଭିଯୋଗ ନମ୍ବର ଅପଡେଟ କରିବାକୁ ଦାବି

ଚିପିଲିମା,୨୯/୦୬ ସମ୍ବଲପୁର ବୁର୍ଲା ଥାନା ଚିପିଲିମା ଅନ୍ତର୍ଗତ ଚିପିଲିମା ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମ ଦୀର୍ଘବର୍ଷ ହେବ ସ୍ଥାପନ ହୋଇଛି।ସେ ସମୟରେ ଯେଉଁ ଅଭିଯୋଗ ନମ୍ବର ସବୁ ଦିଆଯାଇଥିଲା ଏ ପର୍ଯନ୍ତ ତାହା ଅପଡେଟ କରାଯାଇନାହିଁ।ଯେଉଁ ଅଧିକାରୀ ମାନଙ୍କ ଅଭିଯୋଗ ନମ୍ବର ଦିଆଯାଇଛି, ସେମାନେ ପ୍ରାୟତଃ ଅବସର ନେଇ ସାରିଲେଣି।କେତେବେଳେ କିଛି ଅସୁବିଧା ହେଲେ ଅଭିଯୋଗ କରିବା ସମ୍ଭବପର ହେଉନାହିଁ।ଫଳରେ ଏଟିଏମ ଅଚଳ ହେଲେ ଦୀର୍ଘଦିନ ସେମିତି ପଡିରହୁଛି।ଏଣୁ ଷ୍ଟେଟ ବ୍ୟାଙ୍କ ଉଚ୍ଚ ଅଧିକାରୀ ଏ ଦିଗରେ ଧ୍ୟାନ ଦେଇ ଅଭିଯୋଗ ନମ୍ବର ଗୁଡିକ ଅପଡେଟ କରିବାକୁ ସଚେତନମହଲରେ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories