ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁରୁତର।


କୋରାପୁଟ.୩୦।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜେଣ୍ଡା ପାର୍ତ୍ତିଙ୍ଗି ଗ୍ରାମ ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ବାଇକ୍ ଚାଳକ ଗୁରୁତର ଆହାତ ହୋଇଥିବା ଜଣା ପଡିଛି।ଦୁହିଁଙ୍କୁ ସ୍ଥାନିୟ ଲୋକେ ବନ୍ଧୁଗାଁ ମେଡିକାଲରେ ଭର୍ତି କରାଇଥିବା ବେଳେ ଗୁରୁତର ବୃଦ୍ଧାଙ୍କୁ ଚିକିସ୍ଛା କରୁଥିବା ଡାକ୍ତର ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ପରାମର୍ସ ଦେଇଛନ୍ତି।ଖବର ନେବାରେ ଜଣା ପଡିଛିକି ବାଉଁଶପୁଟରୁ ବୃଦ୍ଧା ଜଣକ ନିଜ ଗ୍ରାମ ଜେଣ୍ଡା ପାର୍ତିଙ୍ଗିକୁ ଜିବା ପାଇଁ ଚାଲି ଚାଲି ବସ ପାଖକୁ ଜାଉଥିବା ବେଳେ ବନ୍ଧୁଗାଁରୁ ବାହୁଡା ଯାତ୍ରା ଦେଖି ନିଜ ଗ୍ରାମ ଲୋପେଟାକୁ ଫେରୁ ଥିବା ବେଳେ ବାଇକ୍ ବୃଦ୍ଧାଙ୍କୁ ଧକା ଦେଇଥିଲା।ଏନେଇ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ କହିଛି।