Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧବଳେଶ୍ବରକୁ ବନ୍ଦ ହୋଇଗଲା ସବୁ ରାସ୍ତା; କେମିତି ଦର୍ଶନ କରିବେ ଭକ୍ତ?

କଟକ: ଆଗକୁ ଆସୁଛି ଶ୍ରାବଣ ମାସ। ଉତ୍ସବମୂଖର ହେବ ରାଜ୍ୟର ସମସ୍ତ ଶୈବ ପୀଠ। ତେବେ ଏହି ସମୟରେ ଏମିତି ଏକ ଖବର ସାମନାକୁ ଆସିଛି ଯାହା ଚିନ୍ତାର କାରଣ ପାଲଟିଛି। ବନ୍ଦ ହୋଇଗଲା ଧବଳେଶ୍ବରକୁ ସବୁ ରାସ୍ତା। କେମିତି ଦର୍ଶନ କରିବେ ଭକ୍ତ? ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲ ବନ୍ଦ ରଖାଯାଇଛି। ସେଥିପାଇଁ ନୂଆ ତିଆରି ହୋଇଥିବା ଏକ ଅସ୍ଥାୟୀ ରାସ୍ତା ଦେଇ ଭକ୍ତ ମହାଦେବ ଦର୍ଶନ କରୁଥିଲେ।  ହେଲେ ମହାନଦୀ ପାଣି ସବୁ ବିଗାଡ଼ି ଦେଇଛି। ବର୍ଷା ଯୋଗୁ ପାଣିସୁଅରେ ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି। ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ।

ସୂଚନା ଥାଉକି, ଦୀର୍ଘ ୭ ମାସରୁ ଅଧିକ ସମୟ ହେଲାଣି ଧବଳେଶ୍ୱରକୁ ଯିବାକୁ ରାସ୍ତା ବନ୍ଦ ହୋଇପଡ଼ିଛି। ସ୍ୱାଭାବିକ ରାସ୍ତା ନଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତେବେ ଯେଉଁ ଗୋଟିଏ ଅସ୍ଥାୟୀ ରାସ୍ତା ଥିଲା ତାହା ବି ପାଣିରେ ଧୋଇଯାଇଛି।  ଝୁଲା ପୋଲ ବନ୍ଦ ଥିବା ବେଳେ ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ କରାଯାଇଛି। ଧବଳେଶ୍ବରକୁ ସବୁ ରାସ୍ତା ଯଦି ବନ୍ଦ ହୋଇଯାଏ ତେବେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାକୁ ନେଇ ଏବେ ଚିନ୍ତା ବଢ଼ିଛି। ଝୁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ