ସମ୍ବଲପୁର ଓ ଝାରସୁଗୁଡା ହେବ ଶିଶୁ ନିର୍ଯ୍ୟାତନା ମୁକ୍ତ ଜିଲ୍ଲା

ସମ୍ବଲପୁର: ଶିଶୁଙ୍କୁ ସାମାଜିକ,ଆର୍ଥିକ,ସୁରକ୍ଷା ଭଳି ନ୍ୟାୟ ହିଁ ଶିଶୁଙ୍କ ଉଜ୍କଳ ଭବିଷ୍ୟତରେ ସଜାୟକ ହୋଇଥାଏ । ଏହି କ୍ରମରେ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଶିଶୁଙ୍କୁ ନ୍ୟାୟ ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଏକ ଉଦଘାଟନି ଉତ୍ସବ ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ଠାରେ ଅନୁଷ୍ଠିତ ହୋଇଛି । କୈଳାସ ସତ୍ୟାର୍ଥି ଚିଲଡ୍ରେନସ୍ ଫାଉଣ୍ଡେସନ ର ସହାୟତା ଓ ଆଦର୍ଶ ଅନୁଷ୍ଠାନ ପରିଚାଳନାରେ ଏହା ଅନୁଷ୍ଠିତ ହୋଇଛି । ଆଦର୍ଶର ମୂଖ୍ୟ ପ୍ରଦୀପ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନି ନାଏକ,ସିପିଓ ସୁଚିସ୍ମିତା ପଟ୍ଟନାୟକ,ଡିଏସଡବ୍ଲୁଓ ଗୀତାଞ୍ଜଳି ମହାପାତ୍ର, ସିଡବ୍ଲୁସି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ,ପୁର୍ବତ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଣ୍ଡା,ଏଏଲଓ ସତ୍ୟଜିତ ସାହୁ,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ,ଏଡଏଟ ଏକ୍ସନର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ,ଯଦୁମଣି କୁମ୍ଭାର ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ଶିଶୁ ନିର୍ଯ୍ୟାତନା ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ପ୍ରକଳ୍ପ ସଂଯୋଜକ ରଞ୍ଜନ ନାଏକ ଏହି କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରାଜେନ୍ଦ୍ର କୁମାର ପଣ୍ଡା ସଂଚାଳନ କରିଥିଲେ ।