Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ସମେତ ଏହି ଦେଶ କାରଣରୁ ସମାପ୍ତ ହେଉଛି କ୍ରିକେଟ୍, କ୍ରିସ ଗେଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ବିସ୍ଫୋରକ ବ୍ୟାଟର କ୍ରିସ ଗେଲ୍ କ୍ରିକେଟକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ବିଗ୍ ୩ ଅର୍ଥାତ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଏହି ତିନି ଦଳ ପରସ୍ପର ଭିତରେ ଅଧିକ ଟେଷ୍ଟ ଖେଳୁଥିବାରୁ ଏହି ଖେଳ ସମାପ୍ତ ହେବାରେ ଲାଗିଛି। ୟୁନିଭର୍ସ ବସଙ୍କ କହିବା କଥା ଅନ୍ତର୍ଜାତୀୟ କ୍ରିକେଟକୁ ଆହୁରି ବିକଶିତ କରିବା ପାଇଁ ଛୋଟ ଛୋଟ ଦେଶର ଖେଳାଳିଙ୍କୁ ମଧ୍ୟ ଭଲ ପଇସା ମିଳିବା ଉଚିତ୍। କେବଳ ଏହି ୩ ଟିମର ଖେଳ ଉପରେ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବା କ୍ରିକେଟ୍ ଖେଳ ପାଇଁ ଶୁଭଙ୍କର ନୁହେଁ ବୋଲି ଗେଲ୍ କହିଛନ୍ତି।

ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ୍ ପରିବର୍ତ୍ତେ ଟି-୨୦ କ୍ରିକେଟ୍ ଉପରେ ଗୁରୁତ୍ଵ ଦେବା ପ୍ରଶ୍ନ ଉପରେ ଗେଲ୍ କହିଛନ୍ତି, ଗତ କିଛି ବର୍ଷରେ ବହୁତ କିଛି ବଦଳି ଯାଇଛି। କ୍ରିକେଟରେ ଏବେ ଏତେ ପଇସା ରହିଛି ଯେ, ଏହା ବହୁତ ବଡ଼ ବ୍ୟବସାୟରେ ପରିଣତ ହୋଇଛି। ଦୁଃଖଦର କଥା ୩ଟି ଦଳର ଦବଦବା କାରଣରୁ କ୍ରିକେଟ୍ ସମାପ୍ତ ହେବା ଦିଗରେ ବଢୁଛି।

ସେ କହିଛନ୍ତି ଛୋଟ ଦଳଗୁଡ଼ିକର ମ୍ୟାଚକୁ ମଧ୍ୟ ଗୁରୁତ୍ଵ ଦିଆଯିବା ଉଚିତ୍। ଖେଳାଳିଙ୍କୁ ସମାନ ପ୍ରାପ୍ୟ ମିଳିବାର ଆବଶ୍ୟକତା ରହିଛି। ଯଦ୍ଵାରା ନୂତନ ପ୍ରତିଭା ଆସି ପାରିବେ। ମହିଳା କ୍ରିକେଟରଙ୍କୁ ମଧ୍ୟ ସମାନ ଅର୍ଥ ମିଳିବା ଉଚିତ୍। ଦିନିକିଆ କ୍ରିକେଟର ଭବିଷ୍ୟତ ଉପରେ ଗେଲ୍ କହିଛନ୍ତି, ବର୍ତ୍ତମାନ ଏହା ଉପରେ ଅନୁମାନ ଲଗାଇବା ବହୁତ କଷ୍ଟ। ଏଥର ବିଶ୍ଵକପ୍ ଉପରେ ଦିନିକିଆର ଭବିଷ୍ୟତ ନିର୍ଭର କରେ। ଦେଖାଯାଉ ବିଶ୍ଵକପ୍ ୨୦୨୩ କେତେ ସଫଳ ହେଉଛି ଏବଂ ଏଥିରେ ପରିବର୍ତ୍ତନର କଣ ଆବଶ୍ୟକତା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ