ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି; ଏଣିକି ଆକାଶରେ ଉଡିବ କାର୍‌


ୱାଶିଂଟନ: ଆପଣମାନେ ନିତିଦିନ ରାସ୍ତାରେ ଯିବାଆସିବା ସମୟରେ ଅନେକ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଥିବେ । ଏବେ କିନ୍ତୁ ଆପଣଙ୍କୁ ଆଉ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବନି । ଏଣିକି ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି। ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ଦୁନିଆର ପ୍ରଥମ ଫ୍ଲାଇଙ୍ଗ କାର ।

ଦୁନିଆର ପ୍ରଥମ ଫ୍ଲାଇଙ୍ଗ କାର ଆଲେଫ ମଡେଲ ଏ କୁ ଆକାଶରେ ଉଡ଼ିବା ନେଇ ଅନୁମତି ଦେଇଛନ୍ତି ଆମେରିକା ସରକାର। ଯଦିଓ ଅନେକ କମ୍ପାନୀ ଫ୍ଲାଇଙ୍ଗ୍ କାର ତିଆରି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମେରିକା ସରକାରଙ୍କଠାରୁ ଏଭଳି ଅନୁମତି ପାଇଥିବା ଆଲେଫ୍ ମଡେଲ୍ ଏ ହେଉଛି ପ୍ରଥମ ଫ୍ଲାଇଙ୍ଗ୍ କାର୍ ।

ଏହା ଏକ ଇଲେକ୍ଟ୍ରିକ ଫ୍ଲାଇଙ୍ଗ୍ କାର୍। ଏହା ଉଭୟ ସଡ଼କ ଓ ଆକାଶ ପଥରେ ଯାତ୍ରା କରିପାରିବ। ଏହି ଫ୍ଲାଇଙ୍ଗ କାରକୁ ସେଲିବ୍ରିଟି ଡିଜାଇନର ହିରାଶ ରାଜାଗି ଡିଜାଇନ କରିଛନ୍ତି। ସେ ଏହା ପୁର୍ବରୁ ବୁଗାଟୀ ଏବଂ ଜାଗୁଆର ଭଳି କାର ଡ଼ିଜାଇନିଂ କରିଥିଲେ । ଏହାର ଡିଜାଇନ ରେଟ୍ରୋ-ଫ୍ୟୁଚରିସ୍ଟିକ୍ ଥିମ୍ ଉପରେ ଆଧାରିତ। ଏହା ସମ୍ପୁର୍ଣ୍ଣ କାର୍ବନ ଫାଇବରେ ତିଆରି। ଏହା ଆଠଟି ମୋଟର ଦ୍ୱାରା ଚାଳିତ ।