Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ;ଭାବବିହ୍ବଳ ହେଲେ ଅଧ୍ୟକ୍ଷ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଓଡିଆ ପ୍ରାଧ୍ୟାପକ ଡ.କିଶୋର ଚନ୍ଦ୍ର ସାହୁଙ୍କୁ ଆଜି ମହାବିଦ୍ୟାଳୟ ତରଫରୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ଉସ୍ଛବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷ ବିରେନ୍ କୁମାର ଶତପଥି ,ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି,ଅର୍ଥନିତି ଅଧ୍ୟାପକ ଜଗନ୍ନାଥ ରଥ, ସେମିଳିଗୁଡା ମହାବିଦ୍ୟାଳୟର ବରିଷ୍ଟ କିରାଣୀ ହରେକୃଷ୍ଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଅବସରଗ୍ରହଣ କରିଥିବା ଡ.କିଶୋର ସାହୁ ଲକ୍ଷ୍ମୀପୁର ମହାବିଦ୍ୟାଳୟ ଆରମ୍ଭରୁ( ୧୯୯୦ ମସିହା) ଓଡିଆ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରି ଏହି ମହାବିଦ୍ୟାଳୟ ରେ ୩୩ ବର୍ଷ ଚାକିରୀ କରିବା ପରେ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି,ତାଙ୍କର ଚାକିରୀ ଜିବନର ଅଭିଞତା ସମ୍ପର୍କରେ ସେ ଅଭିଭାଷଣ ରଖି ଭାବବିହ୍ବଳ ହୋଇଯାଇଥିଲେ।ଯୁକ୍ତ ୨ ଓ ଯୁକ୍ତ ୩ ରେ ବର୍ତମାନ କଲେଜ୍ ରେ ଥିବା ତାଙ୍କ ସହକର୍ମୀ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଜେ କେବେ ଅଧ୍ୟାପକ କିମ୍ବା ଅଧ୍ୟାପିକା ଭାବେ ନଭାବି ନିଜକୁ ଜଣେ ଛାତ୍ର ଭାବେ ରହି ଛାତ୍ରଛାତ୍ରୀ ଙ୍କୁ ପାଠପଢାଇବା ସକାଶେ ପ୍ରକାଶ କରିଥିଲେ।

ସୁଦୁର ଗଞ୍ଜାମ ଜିଲ୍ଲାରୁ ଆସି ଦିର୍ଘ ୩୩ ବର୍ଷ ଲକ୍ଷ୍ମୀପୁର ମାଟିରେ ରହି ଲକ୍ଷ୍ମୀପୁର ନିଜ କର୍ମଭୂମି ଭାବେ ଆଦରିଥିବାରୁ ଲକ୍ଷ୍ମୀପୁର ମାଟିକୁ କେବେ ବି ଭୁଲି ହେବନାହିଁ ଏବଂ ଏମାଟି ତାଙ୍କୁ ଅନେକ କିଛି ଦେଇଥିବା ପ୍ରକାଶ କରିଥିଲେ।ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ପଟ୍ଟନାୟକ ଙ୍କ ସହ ଅଧ୍ୟକ୍ଷ ଶ୍ରୀ ଶତପଥି ଓ ଅନେକ କର୍ମଚାରୀ ତାଙ୍କ ଅଭିଭାଷଣ ପ୍ରଦାନ କରିବା ସମୟରେ ଆଖିରୁ ଲୁହ ଝରାଇ ଭାବବିହ୍ବଳ ହୋଇପଡିଥିଲେ।ଶ୍ରୀ ସାହୁ ଜଣେ କର୍ତବ୍ୟ ପରାୟଣ ,ସମୟାନୁବର୍ତିତା ସହ ଛାତ୍ରବସ୍ଚଳ ଅଧ୍ୟାପକ ଥିବା କର୍ମଚାରୀ ଙ୍କ ସହ ପୁରାତନ ଛାତ୍ର ପରମେଶ୍ବର ସାହୁ ପ୍ରକାଶ କରିଥିଲେ।ମହାବିଦ୍ୟାଳୟ ତରଫରୁ ଉପଢୌକନ ,ଫୁଲତୋଡା ଓ ମାନପତ୍ର ପ୍ରଦାନ କରି ଶ୍ରୀ ସାହୁ ଙ୍କୁ ସମ୍ବର୍ଧିତ କରାଯାଇଥିଲା।ଇଂରାଜି ଅଧ୍ୟାପକ ଗିରିଜା ଚୌଧରି ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରି ମାନଙ୍କ ପରିବାର ସଦସ୍ୟ ଉପସ୍ତିତ ରହି ଶ୍ରୀ ସାହୁ ଙ୍କ ଅବସରକାଳୀନ ସମୟ ସୁଖରେ ଅତିବାହିତ ହୋଇଯାଉ ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ