ଗୋପାଳପୁର: ଗତ କିଛି ଦିନ ଧରି ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ବିଭିନ୍ନ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ପକ୍ଷରୁ ଧାରଣା ସହ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ପୁଣି ଥରେ ବିଭିନ୍ନ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଯୁକ୍ତ ୩ ଦ୍ୱିତୀୟ ବର୍ଷ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାl ଆସନ୍ତା ଜୁଲାଇ ୪ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବା ନିମନ୍ତେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି l ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରେଲ ମାସରେ ସରିଥିବା ବେଳେ ମେ ମାସରୁ ଏକ ମାସ ଗ୍ରୀଷ୍ମ ଛୁଟି ରହିଥିଲା l ସେହି ସମୟ ମଧ୍ୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷାର ସିଲାବସ ପ୍ରକାରେ ପାଠ୍ୟକ୍ରମ ସରିନଥିବା ଓ ଅନ ଲାଇନମାଧ୍ୟମରେ ପାଠପଢ଼ା ହୋଇ ନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ l ତେଣୁ ଏହି ପରୀକ୍ଷାକୂ ସିଲାବସର ପାଠ୍ୟକ୍ରମ ଅନୁସାରେ ସାରିବା ପରେ ପରୀକ୍ଷା କରିବା ପାଇଁ ପ୍ରାୟ ୧୦ ଟି କଲେଜ ର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ସହ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନ ହୋଇନଥିଲା l ପରେ ପ୍ରାୟ ୧୦ଟି କଲେଜ ଅଧକ୍ଷଙ୍କୁ ବିଶ୍ଵବିଦ୍ୟାଳୟ ଡକାଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଥିଲା।ଏହା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ଓ ସମସ୍ତ କଲେଜ ଅଧକ୍ଷ ମନେ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ଜୁଲାଇ ୧୪ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି କହିଥିଲେ l କିନ୍ତୁ ଅନେକ ବିଦ୍ୟାର୍ଥୀ ୧୦ ଦିନ ପରିବର୍ତ୍ତେ ଏହାକୁ ଅନୁନ୍ୟ ୨୦ ଦିନ ଘୁଞ୍ଚାଇବାକୁ ଦାବି କରିଥିଲେ ସୁଦ୍ଧା ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ ଏଥି ପ୍ରତି ଗୁରୁତ୍ବ ଦେଇନଥିବା ଅନେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ।
ଏ ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ଃ କୁଣ୍ଡ ଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ଯେ ଜୁଲାଇ ୪ ରେ ପରୀକ୍ଷା ହେବାକୁ ଥିବା ୪ର୍ଥ ସେମିଷ୍ଟlର ପରୀକ୍ଷା କୁ ୧୪ ଜୁଲାଇ ଠାରୁ ଆରମ୍ଭ ହେବ ସେ ନେଇ ଆସନ୍ତା କାଲି ବିଜ୍ଞପ୍ତି ଜାରି କରାଯିବ ।ଆଜି ବିକ୍ଷୋଭ ପ୍ରଦର୍ଶନ ରେ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ମହାମୟୀ ମହାବିଦ୍ୟାଳୟ, ଛତ୍ରପୁର କଲେଜ, ଗଞ୍ଜାମ କଲେଜ, ଆର ସି ଏମ ସାଇନ୍ସ କଲେଜ ଖଲ୍ଲିକୋଟ ଆଦି କଲେଜ୍ ରୁ ବହୁ ଛାତ୍ର, ଛାତ୍ରୀ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ନେତା ଦୁର୍ଗା ମାଧବ ପ୍ରଧାନ, ଡି ଏସ ଓ ର ଜିଲ୍ଲା ସଭାପତି ନିମାଇ ଚରଣ ସାହୁ, ଏ ବି ଭିପି ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଭଞ୍ଜ ବିହାର ଫାଣ୍ଡି ଅଧିକାରୀ ଏସ.ଶଙ୍କର ରାଓ ଙ୍କ ସମେତ ଏକ ସେକ୍ସନ ଫୋର୍ସ ମୁତୟନ ହୋଇଥିଲେ । ଅନ୍ୟ ପଟେ ବିଦ୍ୟାର୍ଥୀ ଙ୍କ ବିକ୍ଷୋଭ କୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ କ୍ୟାମ୍ପସ କୁ ସଂଯୋଗ କରୁଥିବା ସମସ୍ତ ଫାଟକ କୁ ବନ୍ଦ କରାଯିବା ଫଳରେ କ୍ୟାମ୍ପସ ପରିସରରେ ଥିବା ବ୍ୟାଙ୍କ, ମେଡିକାଲ ସମେତ ପୋଷ୍ଟ ଅଫିସ କୁ ଆଖପାଖ ଅଞ୍ଚଳର ଲୋକଙ୍କ ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହୋଇଥିଲା।ଏହା ନେଇ ଅଞ୍ଚଳ ବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।