Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ସ୍ବାଗତ ସହ ବିଦାୟ କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର : ଗୋପାଳପୁର କଲେଜରେ ଆଜି କଲେଜର ନୂତନ ଭାବେ ମନୋନୀତ ହୋଇଥିବା ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ମନୋନୀତ ହୋଇଥିବା ସଭାପତି ସି ଏଚ ଦିଲେଶ୍ୱର୍ ରେଡିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ କଲେଜ ର ଅଧକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା,ପୂର୍ବତନ ଅଧକ୍ଷ ଏସ ରାମା ରାଓ,କଲେଜର ପୂର୍ବତନ ସଦସ୍ୟ ଏମ ଚନ୍ଦ୍ର ଶେଖର ଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ କଲେଜରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ କଲେଜର ଅଧକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ସି. ଏଚ ଦିଲେଶ୍ଵର ରେଡି,ପୂର୍ବତନ ଅଧକ୍ଷ ଏସ. ରାମାରାଓ, ଅବସର ନେଉଥିବା ଶିକ୍ଷା ବିଭାଗ ଅଧ୍ୟାପକ ଆଶୁତୋଷ ଷଡ଼ଙ୍ଗୀ,ଅଧ୍ୟାପକ ମାନସ ରଞ୍ଜନ ମହାପାତ୍ର ମଂଚାସୀନ ଥିଲେ l ଅବସର ନେଇଥିବା ଅଧ୍ୟାପକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଦୀର୍ଘ ୮ ବର୍ଷ ଧରି ଛାତ୍ର, ଛାତ୍ରୀଙ୍କୁ ଶିକ୍ଷାଦାନ ଦେଇଥିବା ବେଳେ ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର ଦୀର୍ଘ ୩୩ ବର୍ଷ ଦକ୍ଷତାର ସହ ଗୋପାଳପୁର କଲେଜରେ କାର୍ଯ୍ୟ କରି ଆସିଥିଲେ l ଅବସର ନେଉଥିବା ଦୁଇ ଅଧ୍ୟାପକ ଛାତ୍ର ବତ୍ସଳ, ମେଳାପି ଓ ସମୟାନୁବର୍ତ୍ତିତା ଭାବେ ପରିଚିତ l ଏହି ଅବସରରେ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢ଼ୋକନ, ଉପହାର ସହ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା l କଲେଜ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସେମାନଜ ଗୁଣଗାନ କରିବା ସହ ଅବଶିଷ୍ଟ ଜୀବନ ଭଲରେ କଟୁ ବୋଲି ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ