Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେଲା ଡ୍ରିମ-୧୧, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ହେଲା ଡ୍ରିମ-୧୧। ଶନିବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଡ୍ରିମ-୧୧ ଏବଂ ବିସିସିଆଇ ମଧ୍ୟରେ ୩ ବର୍ଷିଆ ଚୁକ୍ତି ହୋଇଛି। ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ଜର୍ସିରେ ଡ୍ରିମ-୧୧ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ବାୟଜୁସ ଥିଲା। ତେବେ ବିସିସିଆଇ ଡ୍ରିମ-୧୧ ସହିତ କେତେ ଟଙ୍କାରେ ଏହି ଚୁକ୍ତି କରିଛି ତାର ସୂଚନା ମିଳିପାରି ନାହିଁ।

ଗତ ଆର୍ଥିକ ବର୍ଷ ସମାପ୍ତ ହେବା ପରେ ବାୟଜୁସ ମୁଖ୍ୟ ପ୍ରାୟୋଜକରୁ ହଟିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ବିସିସିଆଇ ମୁଖ୍ୟ ପ୍ରାୟୋଜକ ପାଇଁ ଆବେଦନ ମଗାଇଥିଲା। ଶେଷରେ ଡ୍ରିମ-୧୧ ମୁଖ୍ୟ ସ୍ପନସର ହାତେଇଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଜର୍ସିରେ ଡ୍ରିମ-୧୧ ଦେଖିବାକୁ ମିଳିବ।

ବିସିସିଆଇ ସଭାପତି ରୋଜର ବିନ୍ନି ଡ୍ରିମ-୧୧କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବୋର୍ଡରେ ଏହାକୁ ସ୍ଵାଗତ କରିଛନ୍ତି। ବିସିସିଆଇର ସହାୟକ ପ୍ରାୟୋଜକଠୁ ନେଇ ମୁଖ୍ୟ ପ୍ରାୟୋଜକ ହେବା ପର‌୍ୟ୍ୟନ୍ତ ବିସିସିଆଇ-ଡ୍ରିମ ୧୧ ସହ ଭାଗିଦାରୀ ମଜବୁତ ହୋଇଛି। ଏହା ଭାରତୀୟ କ୍ରିକେଟ୍ ଦ୍ଵାରା ପ୍ରଦାନ କରାଯାଇଥିବା ବିଶ୍ଵାସ, ମୂଲ୍ୟ, କ୍ଷମତା ଏବଂ ବିକାଶକୁ ପ୍ରତ୍ୟେକ୍ଷ ଭାବେ ପ୍ରମାଣିତ କରୁଛି ବୋଲି ବିନ୍ନି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ