Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ଅଜବ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି? ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଇନ ମନ୍ତ୍ରୀଙ୍କ ଅଜବ ପ୍ରତିକ୍ରିୟା । ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ବିଜେପି ହାଇକୋର୍ଟ ଯାଇଛି। ତେବେ ହାଇକୋର୍ଟରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପିର ପିଟିସନକୁ ନେଇ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ। ତାଙ୍କ ଉତ୍ତର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁ ।

ସେ କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ତା ଉପରେ ବିଚାରବିମର୍ଶ କରିବେ ରାଜ୍ୟ ସରକାର। ଏହାପରେ ଯାଇ କୌଣସି ପଦକ୍ଷେପ ନେବେ ରାଜ୍ୟ ସରକାର । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories