Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଚର୍ଚ୍ଚାରେ ପରିଣୀତି-ରାଘବ; ବିବାହ ପୂର୍ବରୁ ଗଲେ ଗୋଲଡେନ୍‌ ଟେମ୍ପଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ନିକଟରେ ଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ପରିଣୀତି ଓ ରାଘବ। ଏହି ଦମ୍ପତିଙ୍କ ବିବାହକୁ ନେଇ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଉଭୟ ଏବେ ଏକାସାଙ୍ଗେ ସମୟ ଅତିବାହିତ କରୁଛନ୍ତି। ଏସବୁ ମଧ୍ୟରେ ଆଜି ପରିଣୀତି ଏବଂ ରାଘବଙ୍କୁ ଏକାଠି ଅମ୍ରିତସରର ଗୋଲଡେନ୍‌ ଟେମ୍ପଲରେ ଦେଖିବାକୁ କିଳିଥିଲା। ଏଥି ସହିତ ଅଭିନେତ୍ରୀ ଏବେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ପରିଣୀତି ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ପରିଣୀତି ଓ ରାଘବ ହାତଯୋଡି ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ପୋଷ୍ଟ କରି ପରିଣୀତି ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ପରିଣୀତି ଲେଖିଛନ୍ତି ଯେ “ଏଥର ମୋର ଗସ୍ତ ଆହୁରି ସ୍ପେଶାଲ ଥିଲା। ପରିଣୀତି ଏକ ଧଳା ରଙ୍ଗର କୁର୍ତ୍ତା ପାଇଜାମା ସେଟ୍ ପିନ୍ଧିଥିବା ବେଳେ ରାଘବ ଧୂସର ଜ୍ୟାକେଟ୍ ସହିତ ଧଳା କୁର୍ତ୍ତା ପିନ୍ଧିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ